ହୀରାକୁଦ ଜଳସ୍ତର ୬୦୮ ଡେଇଁଲା

ସମ୍ବଲପୁର : ଶୁକ୍ରବାର ରାତି ୮ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୫୮ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ୧,୦୩,୦୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ଵାର ଚାନେଲ ଜରିଆରେ ୧୫,୦୦୦ କ୍ୟୁସେକ ନିଷ୍କାସିତ ହେଉଥିବା ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଆସନ୍ତାକାଲି ଜଳସ୍ତର ୬୦୯ ଫୁଟ୍‌କୁ ଅତିକ୍ରମ କରିଯିବାର ସମ୍ଭାବନା ରହିଛି। ଉପରମୁଣ୍ଡରେ ବର୍ଷା କମିବା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବାରେ ଲାଗିଛି। ସକାଳ ୯ଟାରେ ଜଳଭଣ୍ଡାରକୁ ୧,୨୭, ୦୦୦ କ୍ୟୁସେକ ପ୍ରବେଶ କରୁଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୧,୧୧,୦୦୦ କ୍ୟୁସେକକୁ ଖସି ଆସିିଥିଲା। ତେବେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଜୁଲାଇରେ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର