ହୀରାକୁଦ ଜଳସ୍ତର ୬୦୦ ଫୁଟ୍‌ ଡେଇଁଲା

ସମ୍ବଲପୁର :ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୦ ଫୁଟ୍‌ ଅତିକ୍ରମ କରିଛି। ସୋମବାର ସନ୍ଧ୍ୟା ୭ଟାରେ ଜଳସ୍ତର ୬୦୦.୬୭ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ହାରାହାରି ୭୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ଵାର ଚାନେଲ ଦେଇ ୧୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା ସୁଦ୍ଧା) ୨୮ ମିମି ଓ ତଳମୁଣ୍ଡରେ ୪୨ ମିମି ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବା ବେଳେ ବର୍ଷା ଅଭାବରୁ ଏହାର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଥିଲା। ଜୁଲାଇ ୨ ତାରିଖ ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୧୨ ଫୁଟ ରହିଥିଲା। ତେବେ କ୍ରମାଗତ ଜଳସ୍ତର ହ୍ରାସ ପାଇ ୧୨ ଜୁଲାଇ ସକାଳ ୬ଟାରେ ଜଳସ୍ତର ୫୯୮.୩୫ ଫୁଟ୍‌କୁ ଖସି ଆସିିଥିଲା। ୧୩ ଜୁଲାଇରୁ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର