ବଢ଼ୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର :ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗୁରୁବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୨.୧୦ ଫୁଟ୍‌ ରହିଥିବା ବେଳେ ଶୁକ୍ରବାର ଏହି ସମୟରେ ୬୧୨.୬୯ ଫୁଟ୍‌ରେ ପହଂଚିଛି। ଏହି ସମୟରେ ଜଳଭଣ୍ଡାରକୁ ୫୯,୮୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୫,୭୨୧ କ୍ୟୁସେକ ନିଷ୍କାସିତ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର