ଆଜି ଖୋଲିବ ହୀରାକୁଦ ଗେଟ୍‌!

ସମ୍ବଲପୁର : ସୋମବାର ହୀରାକୁଦ ବନ୍ଧ ଗେଟ ଖୋଲାଯିବାର ସମ୍ଭାବନା ରହିଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ ରବିବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୯ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୦ ହଜାର ୭୪୯ ଘନଫୁଟ ପାଣି ପ୍ରବେଶ କରୁଛି ଏବଂ ୨୮ହଜାର ୯୩୩ ଘନଫୁଟ୍‌ ନିଷ୍କାସିତ ହେଉଛି। ଉଲ୍ଲେଖଯୋଗ୍ୟ, ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ।

ସମ୍ବନ୍ଧିତ ଖବର