ହୀରାକୁଦ ଜଳସ୍ତର ୬୧୧ ଫୁଟ୍‌

ସମ୍ବଲପୁର: ମଂଗଳବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୧.୧୫ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ଏହି ସମୟରେ ୪୩,୫୬୨ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ଵାର ଚାନେଲ ଜରିଆରେ ୧୫,୮୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛିି। ଏବେ ଏହାର ସମସ୍ତ ଗେଟ୍‌ ବନ୍ଦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ଉପର ମୁଣ୍ଡରେ ୧.୦୭ ମିମି ଓ ତଳମୁଣ୍ଡରେ ୫.୧୩ ମିମି ବର୍ଷା ରେକର୍ଡ କରାଯାଇଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର