ହିରଣ୍ମୟୀ ମିଶ୍ର ପାଇବେ କନ୍‌ହେଇ କଥା ପୁରସ୍କାର

ବାଲେଶ୍ୱର : ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ୱର୍ଗତ କନ୍‌ହେଇଲାଲ ଦାସଙ୍କ ସ୍ମୃତିରେ ପ୍ରଦତ୍ତ କନ୍‌ହେଇ କଥା ପୁରସ୍କାର-୨୦୧୮ ପାଇବେ କଥୟିତ୍ରୀ ହିରଣ୍ମୟୀ ମିଶ୍ର। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବହକତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ ଡ. ସୁବାସ ଚନ୍ଦ୍ର ପାତ୍ର। ସମାରୋହରେ କନ୍‌ହେଇ କଥା ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ସହ ୫ ହଜାର ଟଙ୍କା ପୁରସ୍କାର ରାଶି ଦେଇ ସମ୍ମାନିତ କରାଯିବ। ଜୁନ୍‌ ୨୭ ତାରିଖ ବୁଧବାର ସଂଧ୍ୟା ୬ଟାରେ କଳିଙ୍ଗ ହୋଟେଲ ସମ୍ମିଳନୀ କକ୍ଷରେ ଜୟନ୍ତୀ ସମାରୋହ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହି ସମାରୋହରେ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଓ ଡ. ଅଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର