କାଉଣ୍ଟର୍‌ରେ ହକି ବିଶ୍ବକପ୍‌ ଟିକେଟ୍‌ ବିକ୍ରି

ଭୁବନେଶ୍ବର : ଓଡ଼ିଶା ହକି ବିଶ୍ବକପ୍‌ ଆଉ ମାତ୍ର ୩ ସପ୍ତାହ ଥିଲା ବେଳେ ଆସନ୍ତାକାଲି (ସୋମବାର)ଠୁ କଳିଙ୍ଗ ଷ୍ଟାଡିୟମ୍‌ କାଉଣ୍ଟର ସମେତ ବିଭିନ୍ନ ସ୍ଥାନରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍‌ ନିକଟସ୍ଥ ବକ୍ସ ଅଫିସ୍‌ ସହ ଭୁବନେଶ୍ବରର ୧୮ ଏବଂ କଟକର ୨ଟି ସ୍ଥାନରେ ଏହି ବିକ୍ରିର ବ୍ୟବସ୍ଥା କରାଯାଇଛି। ପୂର୍ବପରି ଅନ୍‌ ଲାଇନ୍‌ରେ ମଧ୍ୟ ଟିକେଟ୍‌ ବିକ୍ରି ଚାଲୁ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପୁଲ ଓ କ୍ରସ୍‌ ଓଭର ମ୍ୟାଚ୍‌ ଲାଗି ଇଷ୍ଟ ଷ୍ଟାଣ୍ଡ୍‌ ଟିକେଟ୍‌ର ମୂଲ୍ୟ ୨୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ୍‌ର ମୂଲ୍ୟ ୧୦୦ ଟଙ୍କା ଥିଲା ବେ‌ଳେ ନକ୍‌ଆଉଟ୍‌, ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଟିକେଟ୍‌ର ମୂଲ୍ୟ ଯଥାକ୍ରମେ ୧୫୦ ଓ ୨୫୦ ଟଙ୍କା ରହିଛି।

ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ ବୋଲି ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ କହିଛନ୍ତି।

ଟିକେଟ୍‌ ବିକ୍ରିର ସ୍ଥାନ

ଭୁବନେଶ୍ବର: ସ୍ପୋର୍ଟ୍ସ ଏମ୍ପେ‌ାରିୟମ (ପାଲ୍‌ ହାଇଟ୍‌ସ ପାଖ, ଜୟଦେବ ବିହାର), ସିଷ୍ଟର ମୋବାଇଲ୍‌ (ବିଏମ୍‌ସି ଭବାନୀ ମଲ୍‌, ସହିଦ ନଗର ଓ ବାପୁଜୀ ନଗର), ଭୂତନାଥ ମୋବାଇଲ୍‌ (ବାପୁଜୀ ନଗର), ବି-୨୧ ଇଣ୍ଡଷ୍ଟ୍ରିଆଲ୍‌ ଏରିଆ, ଖାରବେଳ ନଗର, ବି-୨୧ ବିଏମ୍‌ସି ଭବାନୀ ମଲ୍‌ ପାଖ, ସହିଦ ନଗର, ଏସ୍‌ଏସ୍‌ ଫ୍ରୋଜନ ୱାଲ୍ଡ (କାନନ ବିହାର, ଚନ୍ଦ୍ରଶେଖରପୁର), ଇନ୍‌ ଆଣ୍ଡ୍‌ ଆଉଟ୍‌ (ଭାରତ ପେଟ୍ରୋଲ ପମ୍ପ୍‌, ଡିଷ୍ଟ୍ରିକ୍ଟ ସେଣ୍ଟର), ବଡିଲାଇନ୍‌ ସ୍ପୋର୍ଟ୍ସ (ଜନପଥ, ଖାରବେଳ ନଗର), ସି ଡେକର୍ସ (ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର), ବ୍ରିଉବେକ୍ସ ୭ସ୍କାଏ ଆଇଟିଇଆର୍‌ (ଜାଗମରା-ସୁନ୍ଦରପଦା ରାସ୍ତା), ଏଫ୍‌ଏଚ୍‌ ୧୭ ସେଲୁନ୍‌ (କାଳିମନ୍ଦିର ରାସ୍ତା, ସତ୍ୟନଗର), ଉଜାଲା କାର୍‌ ଫେସନ (ଖଣ୍ଡଗିରି ଛକ), ଅଲିମ୍ପିକ୍ସ ସ୍ପୋର୍ଟ୍ସ (ଜନପଥ, ଅଶୋକ ନଗର, ଶ୍ରୀଲେଦର ପାଖ), ରିଲାଏନ୍ସ ଫୁଡ୍‌ କୋର୍ଟ (ମାଷ୍ଟର କ୍ୟାଣ୍ଟିନ୍‌), କ୍ଲାସିକ ବୁଟିକ୍‌ ଆଣ୍ଡ୍‌ ବିଉଟି ସେଲୁନ (ଲକ୍ଷ୍ମୀ ନଗର), ରିଲାଏନ୍ସ ଡିଜିଟାଲ (ରସୁଲଗଡ଼ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌), ଦି ‌ହେୟାର ହାକର (ଉତ୍କଳ ହୁଣ୍ଡାଇ ନିକଟ, ବମିଖାଲ)। କଟକ: ଅଲିମ୍ପିକ୍ସ ସ୍ପୋର୍ଟ୍ସ (ରାଜା ବଗିଚା) ଓ ବ୍ଲାଷ୍ଟ୍‌ (ରେକ୍ସ ପ୍ଲାଜା, ‌ଜୋବ୍ରା ରୋଡ୍‌)।

ସମ୍ବନ୍ଧିତ ଖବର