ରାଜ୍ୟ ସରକାରଙ୍କ ଘୋଷଣା: ଭୋଟ ଦିନ ସରକାରୀ ଛୁଟି

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ଭୋଟ ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ କୋର୍ଟ ଛୁଟି ରହିବ। ଯେଉଁ ପର୍ଯ୍ୟାୟରେ ଯେଉଁ ଦିନ ମତଦାନ ଥିବ, ସେହିଦିନ ସଂପୃକ୍ତ ଅଂଚଳରେ ସରକାରୀ ଛୁଟି ରହିବ। ଲୋକସଭା ସଂଲଗ୍ନ ବିଧାନସଭା ଅଚଂଳରେ ଏହି ଛୁଟି ହେବ।

ସୂଚନାଯୋଗ୍ୟ ଏପ୍ରିଲ ୧୧ରେ କଳାହାଣ୍ଡି, କୋରାପୁଟ, ନବରଙ୍ଗୁର ଓ ବ୍ରହ୍ମପୁର ଲୋକସଭା ଅଚଂଳରେ ଛୁଟି ହେବ। ସେହିପରି ଏପ୍ରିଲ ୧୮ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଅଂଚଳରେ ମତଦାନ ହେବ। ଏପ୍ରିଲ ୨୩ରେ ସମ୍ବଲପୁର, ଢ଼େଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଓ ଭୁବନେଶ୍ୱର ଲୋକସଭା ଆସନରେ ଭୋଟ ହେବ। ସେହିପରି ଏପ୍ରିଲ ୨୯ରେ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆସନରେ ମତଦାନ ହେବ।

ସମ୍ବନ୍ଧିତ ଖବର