ନୂଆପଡ଼ା : ନୂଆପଡ଼ା ଜିଲ୍ଲା ପୁଲିସରେ କାର୍ଯ୍ୟ କରୁଥିବା ଜଣେ ଗୃହରକ୍ଷୀ ରକ୍ତଦେଇ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଗୃହରକ୍ଷୀଙ୍କ ଏଭଳି କାମକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି। ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ପଞ୍ଚାୟତ ଠେଲକୋଡ଼ୋଙ୍ଗରି ଗ୍ରାମର ବିଜୁ ନାଗଙ୍କ ସ୍ତ୍ରୀ ଗୋଲାପୀ ନାଗ ୭ ମାସର ଗର୍ଭବତୀ ଥିଲେ। ଦୁଇ ଦିନ ତଳେ ଗୋଲାପୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ତୁରନ୍ତ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ତାଙ୍କ ଶରୀରରେ ରକ୍ତ କମ୍ ଥିବାରୁ ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ରକ୍ତ ଖୋଜା ଆରମ୍ଭ କରିଥିଲେ। କିନ୍ତୁ, ସେମାନଙ୍କୁ ରକ୍ତ ମିଳି ନଥିଲା। ଅନ୍ୟପଟେ ରକ୍ତ ଅଭାବରୁ ଗୋଲାପୀଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଯାଉଥିଲା। ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଥିବା ପୁଲିସ ସହାୟତା କେନ୍ଦ୍ର ଦାୟିତ୍ବରେ ଥିବା ଗୃହରକ୍ଷୀ ଶରତ ହଂସ ଗର୍ଭବତୀ ମହିଳାଙ୍କ ଅବସ୍ଥା ଦେଖି ତୁରନ୍ତ ନିଜେ ରକ୍ତ ଦେବାକୁ ଆଗଭର ହୋଇଥିଲେ। ଏହି ଗୃହରକ୍ଷୀ ପୁଲିସରେ କାର୍ଯ୍ୟ କରି ୩୭ ଥର ରକ୍ତଦାନ କରିଥିବା ପ୍ରକାଶ କରିଛନ୍ତି।
ରକ୍ତଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଗୃହରକ୍ଷୀ
/sambad/media/post_attachments/wp-content/uploads/2019/09/Home-Guard-Saves-Pregnant-Woman-Live-By-Giving-Blood_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)