ଏଣିକି କଡ଼ାକଡ଼ି ହେବ ହୋଟେଲ୍‌ ସୁରକ୍ଷା

ଭୁବନେଶ୍ୱର: ହୋଟେଲ ସୁରକ୍ଷା ନେଇ ଡିଜି ଆରପି ଶର୍ମା ଆଜି ଏକ ବୈଠକ କରିଛନ୍ତି। ଏଣିକି ସବୁ ହୋଟେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ହୋଟେଲ, ଲଜ, ଗେଷ୍ଟ ହାଉସର ସୁରକ୍ଷା ନେଇ ସବୁ ଜିଲ୍ଲା ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି। ଏଥର ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ କରାଯିବ। ଏହା ସହ ସବୁ ଅତିଥିଙ୍କ ପରିଚୟପତ୍ର ଯାଂଚ ହେବ। ସନ୍ଦେହ ହେଲେ ପୁଲିସକୁ ତୁରନ୍ତ ସୂଚନା ଦିଆଯିବ। ଗାଡି ଓ ଜିନିଷ ଯାଂଚ ପାଇଁ ସ୍କାନର ଲାଗିବ। ବାର୍‌ଗୁଡିକ ଠିକ ସମୟରେ ବନ୍ଦ ହେବ। ମସାଜ ପାର୍ଲର, ସ୍ପା ନାଁରେ ଅନୈତିକ କାର୍ଯ୍ୟ ହେବନି।ଏସବୁ ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର ପି ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର