ତୈଳଦର ବୃଦ୍ଧି ନେଇ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର: ତୈଳଦର ବୃଦ୍ଧିି ପ୍ରତିବାଦରେ ଆଜି କଂଗ୍ରେସ ସମେତ ୧୭ଟି ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ ଆହ୍ଵାନ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ବିଧାନସଭାରେ ତେଲ ତାତି ଦେଖିବାକୁ ମିଳିଛି। ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧିି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଯୋଗୁଁ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ଭବ ନ ହେବାରୁ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି
ପ୍ରକଶା ଥାଉକି, ବନ୍ଦ ପରିପ୍ରେକ୍ଷୀରେ ବିଧାନସଭା କାର୍ଯ୍ୟକୁ ବନ୍ଦ ରଖିବାକୁ କଂଗ୍ରେସ ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାତ୍ର ବାଚସ୍ପତିି ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭା ଆଗରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣା ଦେଉଥବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ବାଚସ୍ପତି , ମନ୍ତ୍ରୀ ଓ ବିଧାୟକମାନେ ଆସିଥିଲେ। ମାତ୍ର ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର