ନୀଳଗିରି ନାବାଳିକା ଦୁଷ୍କର୍ମ ମାମଲା ନେଇ ବିଧାନସଭାରେ ଝଡ଼, ଗୃହ ଅପରାହ୍ଣ ୩ଟା ଯାଏ ମୁଲତବୀ

ଭୁବନେଶ୍ୱର: ନୀଳଗିରି ନାବାଳିକା ଦୁଷ୍କର୍ମ ମାମଲ ନେଇ ଆଜି ପୁଣି ବିଧାନସଭାରେ ହଟ୍ଟଗୋଳ ଲାଗି ରହିଛି। ରାଜ୍ୟରେ ଦୁଷ୍କର୍ମ ପରି ଘଟଣା ବଢ଼ି ଚାଲିଥିବା ବେଳେ ନୀଳଗିରି ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତ୍ତି ଦିଅନ୍ତୁ ବୋଲିି ଦାବି କରି ଆଜି କଂଗ୍ରେସ ସଦସ୍ୟମାନେ ବିଧାନସଭା ମଧ୍ୟଭାଗରେ ହୋହଲ୍ଲା କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଥିବା ବିରୋଧୀଦଳ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ବିଜେପି ସଦସ୍ୟମାନେ ମଧ୍ୟ ହୋ ହଲ୍ଲା କରିଛନ୍ତି। ବିରୋଧୀଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ନ ହେବାରୁ ବିଚସ୍ପତି ପ୍ରଦୀପ କୁମାର ଅମାତ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବୀ କରିଛନ୍ତି।
ଗୃହ ବାହାରେ ବିରୋଧେୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଉତ୍ତରପ୍ରଦେଶ ,ଜମ୍ମୁ ଓ କଶ୍ମୀରର ଦୁଷ୍କର୍ମ ଘଟଣା ଓଡ଼ିଶାକୁ ସଂକ୍ରମଣ କରିଛି। ଓଡ଼ିିଶାର ନୀଳଗିରି ଓ ସୋର ନାବାଳିକା ଦୁଷ୍କର୍ମ ମାମଲା ଘଟିଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ହୋଇ ବସିଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର