ବଜେଟ୍‌ ଅଧିବେଶନ: ଗୃହ ୩ଟା ଯାଏ ମୁଲତବୀ, ବାଚସ୍ପତି ଡାକିଲେ ସର୍ବ ଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଆଜି ମଧ୍ୟ ହୋ ହଲ୍ଲା ଯୋଗୁଁ ଠିକ ଭାବେ ଚାଲି ପାରି ନାହିଁ ଗତକାଲି ମହାନଦୀ ପ୍ରସଙ୍ଗ ନେଇ ଶାସକ ବିଜେଡି ବିଧାୟକମାନେ ଗୃହକୁ ଚଳାଇ ଦେଇ ନ ଥିଲେ, ଆଜି ବିରୋଧୀ କଂଗ୍ରେସ ଦଳ ମହାନଦୀ ପ୍ରସଙ୍ଗ ନେଇ ଗୃହରେ ପ୍ରଶ୍ନକାଳ ବାତିଲ କରି ବିତର୍କ ପାଇଁ ଦାବି କରି କଂଗ୍ରେସ  ବିଧାନସଭାରେ ହୋ ହଲ୍ଲା କରିଥିଲେ।  ପ୍ରଥମେ ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି  ପୁଣି ହୋ ହଲ୍ଲା ହେବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଅପରାହ୍ଣ ୩ଟାଯାଏ  ମୁଲତବୀ  ରଖିଛନ୍ତି। ବିଧାନସଭାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

ସମ୍ବନ୍ଧିତ ଖବର