ନୀତି ବିଭ୍ରାଟ ନେଇ ବିଧାନସଭାରେ ଅଚଳାବସ୍ଥା, ଗୃହ ଅପରାହ୍ଣ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛିି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲାଯୋଗୁଁ ବିଧାନସଭାରେ ସ୍ୱାଭାବିକ କାର୍ଯ୍ୟ ଚାଲି ପାରିନାହିଁ। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିେଲେ। ତଥାପି ପରିସ୍ଥିତି ସ୍ୱାଭାବିକ ନ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ରଖିଛନ୍ତ। ତେବେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ହେବା ପ୍ରସଙ୍ଗ ନେଇ ଗୃହରେ ବିବୃତି ରଖିବାକୁ ରାଜ୍ୟ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର