ଅଭିଜିତ ଆୟାରଙ୍କୁ କ୍ଷମା ଦେଲା ଗୃହ କମିଟି

ଭୁବନେଶ୍ୱର: ଓଡ଼ିଅା, ଓଡ଼ିଶା ବିଧାନସଭାର ସଦସ୍ୟ ଓ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କୁ ଗୃହ କମିଟି କ୍ଷମା କରିଛି। ଅଭିଜିତ ତାଙ୍କ ଅାଡ଼ୁ କରିଥିବା କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଛି  ଗୃହ କମିଟି। ଆଜି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗୃହ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଛି।

ଗୃହ କମିଟି ଅଭିଜିତଙ୍କୁ ‘ଓଡ଼ିଶା’ ପାଠ ପଢ଼ିବାକୁ ପରାମର୍ଶ ଦେଇଛି। ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ସର୍ବସମ୍ମତିକ୍ରମେ ଗୃହ ରିପୋର୍ଟକୁ ଗ୍ରହଣ କରିଛି। ଅଭିଜିତ ସ୍ୱଇଚ୍ଛାରେ କ୍ଷମା ମାଗିଥିଲେ। ତେଣୁ ଗୃହ କମିଟି ତାଙ୍କୁ କ୍ଷମା ଦେଇଛି। ଓଡ଼ିଶା ସଂପର୍କରେ ଅଭିଜିତ ଅନଭିଜ୍ଞ। ଓଡ଼ିଶା କଳା, ସଂସ୍କୃତି ପୁସ୍ତକ ତାଙ୍କୁ ଦେବାକୁ କୁହାଯାଇଛି ବୋଲି ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଅଭିଜିତ ଆୟାର ଗତ ସେପ୍ଟେମ୍ବରରେ କହିଥିଲେ ଯେ, ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର। କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରି ଆଣିଛନ୍ତି। ଓଡ଼ିଶା ବେଙ୍ଗଳୀମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଛି। ଓଡ଼ିଶା ବୋଲି କିଛି ନାହିଁ। ଏହା ହେଉଛି ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣା ବନାଞ୍ଚଳ। ‘ଓରି ଶଳା’ରୁ ଓଡ଼ିଶା ହୋଇଛି। ସେହିପରି ଅଭିଜିତ ଓଡ଼ିଶାର ବିଧାନସଭା ଏବଂ ବିଧାୟକଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

ଥାନାରେ ଅଭିଯୋଗ ହେବା ପରେ ଅଭିଜିତ ଆୟାରଙ୍କୁ ପୁଲିସ ଅକ୍ଟୋବର ୨୪ରେ ଗିରଫ କରିଥିଲା। ଏହା ପରେ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା। ରିମାଣ୍ଡ ଶେଷ ହେବା ପରେ ଅଭିଜିତଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା।  ଘଟଣାର ତଦନ୍ତ ପାଇଁ ଗୃହ କମିଟିକୁ ଦାୟିତ୍ୱ ଦିଆଯାଇଥିଲା।  ଅଭିଜିତ ଆୟାର ନିଜର ଭୁଲ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର