ଶକ୍ତି ସଂପର୍କିତ ଗୃହ କମିଟିଙ୍କ ସବ୍‌କମିଟି-୨ର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଶକ୍ତି ସଂପର୍କିତ ଗୃହ କମିଟିଙ୍କ ସବ୍‌କମିଟି-୨ର ବୈଠକ ଏହାର ଅଧ୍ୟକ୍ଷ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜି ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି ସବ୍‌କମିଟି ବୈଠକରେ ବିଦ୍ୟୁତ୍ ଉତ୍ପାଦନ, ବଣ୍ଟନ ଓ ବିଭିନ୍ନ ଶ୍ରେଣୀର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣର ଉନ୍ନତିକରଣ ଏବଂ ରାଜ୍ୟରେ କାର୍ଯ୍ୟରତ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ କମ୍ପାନୀମାନଙ୍କ କାର୍ଯ୍ୟାବଳୀ ଅନୁଧ୍ୟାନ ସଂପର୍କରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ବିଧାୟକ ଡ. ନୃସିହ ଚରଣ ସାହୁ, ଶ୍ରୀ ଅମର ପ୍ରସାଦ ଶତପଥୀ ଅଂଶଗ୍ରହଣ କରିଥିଲେ। ଏଥିରେ ଗ୍ରୀଡ୍‌କୋ ଓ ଓପିଟିସିଏଲର ସିଏମ୍‌ଡି ତଥା ପରିଚାଳନା ନିର୍ଦ୍ଦେଶକ ଡ. ସୌରଭ ଗର୍ଗ, ଶକ୍ତି ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ସେସୁର ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ଶ୍ରୀ ଅରୁଣ ବୋଥ୍ରା, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ଶକ୍ତି ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର