ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ? ଜାଣନ୍ତୁ କାହା ପାଖରେ ରହିଛି କେତେ ସମ୍ପତ୍ତି?

କନକ ବ୍ୟୁରୋ : ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ର୍ନିବାଚନ ପାଇଁ ହେବ ଭୋଟଗ୍ରହଣ । ଅନେକ ହେଭିୱେଟ ନେତା ଦ୍ୱିତୀୟ ପର୍ଯ୍ୟାୟରେ ନିଜ ରାଜନୈତିକ ଭାଗ୍ୟ ପରୀକ୍ଷା କରିବେ । ବିଜେଡି ସୁପ୍ରିମୋଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିଭଳି ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ଦିଲ୍ଲୀ ଲଢେଇ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁଥିରେ ଜୁଏଲ ଓରାମ, ପ୍ରମିଳା ବିଷୋୟୀ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ନାରାୟଣ ସିଂହଦେଓ ଓ ସଙ୍ଗୀତା ସିଂହଦେଓଙ୍କ ଭଳି ବଡ ନାଁ ରହିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ମୈଦାନକୁ ଓହ୍ଲାଉଥିବା ବେଳେ ଏହି ପର୍ଯ୍ୟାୟରେ କେତେ ଜଣ କୋଟିପତି ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଯେଉଁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି ସେଥିରେ ୫ଟି ଲୋକସଭା ଆସନ ପାଇଁ ୩୫ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ୩୫ଜଣଙ୍କ ମଧ୍ୟରୁ ୧୧ଜଣ ପ୍ରାର୍ଥୀ କୋଟିପତି ରହିଛନ୍ତି । ୧୧ଜଣ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ବଲାଙ୍ଗୀର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସଙ୍ଗୀତା ସିଂହଦେଓଙ୍କର ସର୍ବାଧିକ ୩୭କୋଟିରୁ ଉର୍ଦ୍ଧ୍ୱ‌ ସମ୍ପତି ରହିଛି । ସଙ୍ଗୀତାଙ୍କ ତଳକୁ ତାଙ୍କର ପ୍ରତିଦ୍ୱନ୍ଦୀ ତଥା ବଲାଙ୍ଗୀର ଲୋକସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାଁ ରହିଛି ଯକଳିକେଶଙ୍କର ୨୦କୋଟିରୁ ଉର୍ଦ୍ଧ୍ୱ‌ ସମ୍ପତି ରହିଛି । ସେହିଭଳି ତୃତୀୟ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ରହିଛି ଯ ପ୍ରସନ୍ନଙ୍କ ନାଁରେ ୯କୋଟିରୁ ଅଧିକ ସମ୍ପତି ରହିଛି ।

Business Today

ସେହିଭଳି ୩୫ବିଧାନସଭା ଆସନ ପାଇଁ ୨୪୪ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୭୦ ଜଣ ପ୍ରାର୍ଥୀ କୋଟିପତି ସମ୍ପତିର ମାଲିକ । ଯେଉଁଥିରେ ବିଜେଡିର 35 ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣ, ବିଜେପିର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ, କଂଗ୍ରେସର ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଓ ଆପର ୭ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ କୋଟିପତି ପ୍ରାର୍ଥୀ ରହିଛନ୍ତି । ସେହିଭଳି ଅନ୍ୟାନ୍ୟ ଦଳ ଓ ସ୍‌ୱାଧୀନ ପ୍ରାର୍ଥୀ ମଧ୍ୟରୁ ୧୫ ଜଣ କୋଟିପତି ସମ୍ପତିର ମାଲିକ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ର୍ନିବାଚନରେ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ସବୁଠୁ ଅଧିକ ଧନୀ ପ୍ରାର୍ଥୀ ରହିଛନ୍ତି । ନବୀନଙ୍କ ମୋଟ ସମ୍ପତିର ମୂଲ୍ୟ ୬୩ କୋଟିରୁ ଅଧିକ ରହିଛି । ସେହିଭଳି ବିଜେପିର ପାଟଣାଗଡା ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପତି ୩୭ କୋଟି ୯୫ ଲକ୍ଷ ୯୦ ହଜାର ୮୫୧ ଟଙ୍କା ରହିଛି । କନକ ବର୍ଦ୍ଧନଙ୍କ ତଳକୁ ଝାରସୁଗୁଡାର ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କର ୩୩,୬୨,୭୩,୭୦୭ ସମ୍ପତି ରହିଛି ।

ସମ୍ବନ୍ଧିତ ଖବର