ଗାଁରୁ ମିଳିଲା ଅଖାରେ ଭର୍ତି କଙ୍କାଳ

ବାହାନଗା : ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ କୁଳିଗାଁ ପଞ୍ଚାୟତ ଗାଞ୍ଜିଆ ଗାଁ ନିକଟ ଏକ ବୁଦାରୁ ଅଖାରେ ଭର୍ତି ମଣିଷର କଙ୍କାଳ ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏ କଙ୍କାଳ କାହାର, କେଉଁଠୁ ଆସିଲା ଏବଂ କିଏ ତାକୁ ଅଖାରେ ପୂରାଇ ସେଠାରେ ଛାଡ଼ିଗଲା, ସେନେଇ ଚର୍ଚା ଜୋର ଧରିଛି। ସୂଚନା ଅନୁସାରେ; ଆଜି ଗାଞ୍ଜିଆ ଗ୍ରାମ ଅଭିରାଖାଲ ନିକଟସ୍ଥ ବୁଦା ମୂଳରେ ଏକ ନର କଙ୍କାଳ ଅଖାରେ ପୂରା ହୋଇ ପଡ଼ିଥିବା ସ୍ଥାନୀୟ କିଛି ଲୋକ ଦେଖିଥିଲେ। ଏ ନେଇ ସେମାନେ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଜବତ କରିଥିଲେ। କଙ୍କାଳଟି ଦୀର୍ଘଦିନରୁ ପଡ଼ିଥିବା ବେଳେ କେହି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେଠାରେ ଶବଟିକୁ ଅଖାରେ ପୂରାଇ ପିଙ୍ଗିଦେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର