ରାଉରକେଲା ଦେଇ ଚାଲିଲା ହମ୍‌ସଫର୍‌ ଏକ୍ସପ୍ରେସ୍‌

ରାଉରକେଲା : ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଜିଠୁ ରାଉରକେଲା ଦେଇ ସାପ୍ତାହିକ ସୁପରଫାଷ୍ଟ ହମ୍‌ସଫର ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଛି। ଆଜି ରାତି ୮ଟା ୨୫ ମିନିଟ୍‌ରେ ସାନ୍ତ୍ରାଗାଚିରୁରୁ ଜବଲପୁର ଅଭିମୁଖେ ଯାତ୍ରା କରିଛି। ଆସନ୍ତାକାଲି (ଗୁରୁବାର) ଜବଲପୁରର ଛାଡିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ପ୍ରତି ବୁଧବାର ରାତି ୮ଟା ୨୫ ମିନିଟ୍‌ରେ ସାନ୍ତ୍ରାଗାଚି-ଜବଲପୁର ହମ୍‌ସଫର୍‌ ଏକ୍ସପ୍ରେସ୍‌ ସାନ୍ତ୍ରାଗାଚି (ପଶ୍ଚିମବଙ୍ଗ)ରୁ ବାହାରି ତହିଁ ପରଦିନ ଅପରାହ୍ନ ୩ଟା ୫୫ ମିନିଟ୍‌ରେ ଜବଲପୁରରେ ପହଞ୍ଚିବ। ପ୍ରତି ଗୁରୁବାର ରାତି ୮ଟା ୫୫ ମିନିଟ୍‌ରେ ଏହି ହମ୍‌ସଫର୍‌ ଏକ୍ସପ୍ରେସ୍‌ ଜବଲପୁରରୁ ଫେରନ୍ତି ଯାତ୍ରା ଆରମ୍ଭ କରି ଶୁକ୍ରବାର ଅପରାହ୍ନ ୪ଟା ୪୫ ମିନିଟ୍‌ରେ ସାନ୍ତ୍ରାଗାଚି ଷ୍ଟେସନ୍‌ରେ ପହଞ୍ଚିବ।

ସେହିପରି ୧୧ ତାରିଖ ଶନିବାରରୁ ସାନ୍ତ୍ରାଗାଚି-ପୁନା ହମ୍‌ସଫର୍‌ ଏକ୍ସପ୍ରେସ୍‌ ପ୍ରତି ସପ୍ତାହରେ ଉଭୟପଟୁ ଚଳାଚଳ କରିବ। ସପ୍ତାହର ପ୍ରତି ଶନିବାର ସନ୍ଧ୍ୟା ୬ଟା ୨୫ ମିନିଟ୍‌ରେ ସାନ୍ତ୍ରାଗାଚି-ପୁନା ହମ୍‌ସଫର୍‌ ଏକସପ୍ରେସ୍‌ (ଟ୍ରେନ୍‌ ନଂ ୨୦୮୨୨) ସାନ୍ତ୍ରାଗାଚିରୁ ବାହାରି ସୋମବାର ରାତି ୨ଟା ୪୫ ମିନିଟ୍‌ରେ ପୁନାରେ ପହଞ୍ଚିବ। ଫେରନ୍ତି ଯାତ୍ରାରେ ଟ୍ରେନ୍‌ ନଂ ୨୦୮୨୧ ପୁନାରୁ ପ୍ରତି ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବାହାରି ତହିଁ ପରଦିନ ସନ୍ଧ୍ୟା ୬ଟା ୧୫ ମିନିଟ୍‌ରେ ସାନ୍ତ୍ରାଗାଚିରେ ପହଞ୍ଚିବ।

ସମ୍ବନ୍ଧିତ ଖବର