ପ୍ରେମିକ ସହ ପତ୍ନୀକୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖି ଯୁବକଙ୍କୁ ହତ୍ୟା କଲା ସ୍ୱାମୀ

ବାଲେଶ୍ୱର: ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିଲା ପତ୍ନୀ ଆଉ ଏହାକୁ ଦେଖିନେଲେ ସ୍ୱାମୀ | ଏହା ପରେ ନିଜ ଭାରସାମ୍ୟ ହରାଇ ପ୍ରେମିକଙ୍କୁ ସ୍ୱାମୀ ହତ୍ୟା କରିଛି | ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଲି ଗ୍ରାମରେ ଆଜି ସକାଳେ ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ଦୁଧିଆଖାଲି ଗ୍ରାମର ବିଶ୍ୱମ୍ବର ବେହେରା ଆଜି ସକାଳେ ନିଜ ସ୍ତ୍ରୀଙ୍କ ସହିତ ତାଙ୍କ ପ୍ରେମିକ ପ୍ରଶାନ୍ତ ଦାସଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବାର ଦେଖିବାକୁ ପାଇଥିଲେ | ଏହା ଦେଖିବା ପରେ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବିଶ୍ୱମ୍ବର ପ୍ରଶାନ୍ତଙ୍କୁ ହତ୍ୟା କରିଥିଲେ |

ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି | ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି | ବିଶ୍ୱମ୍ବରଙ୍କ ପତ୍ନୀଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି |

ଏଠାରେ ସୂଚନା ଥାଉ କି ଗତକାଲି ରାତିରେ ମଧ୍ୟ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବାଲେଶ୍ଵର ଜିଲ୍ଲା ବରମପୁର ଥାନା ଅଧିନ ମାଟିଆଳି ପଂଚାୟତ ଗୋବିନ୍ଦପୁରା ଗ୍ରାମରେ ନିଶାସକ୍ତ ସ୍ୱାମୀ ସ୍ତ୍ରୀକୁ ପିଟିପିିଟି ମାରିଦେଇଥିଲା | ବରମପୁର ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ହତ୍ୟା ଅଭିଯୁକ୍ତ ସ୍ୱାମୀ ରବୀନ୍ଦ୍ର ସିଂକୁ ଅଟକ ରଖିଥିଲା |

ସମ୍ବନ୍ଧିତ ଖବର