ସ୍ତ୍ରୀକୁ ମାରିିି ଆତ୍ମସମର୍ପଣ କଲା ସ୍ବାମୀ

ଧାମନଗର/ଅସୁରାଳି/କୋଠାର : ସ୍ବାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଲାଗିଛି ରକ୍ତର ଦାଗ। ପାରସ୍ପରିକ ବୁଝାମଣା ଓ ବିଶ୍ବାସ ଅଭାବର କୁପରିଣତି ଶେଷରେ ଗୋଟିଏ ଜୀବନ ନେଇଛି। ପରକୀୟା ପ୍ରୀତି ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ହାଣି ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ତ ଘଟିଛି ଭଦ୍ରକ ଜିଲ୍ଳା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗାଁରେ। ସୂଚନା ଅନୁଯାୟୀ କୋଠାର କଚେରି ଦାଣ୍ତ ସମ୍ମୁଖ ଦାସସାହିର ସ˚ଜୟ ଦାସ(୩୫) ସ୍ତ୍ରୀ ରଶ୍ମିତା(୨୪)ଙ୍କ ଚରିତ୍ରକୁ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିଛି। ପଞ୍ଜାବରେ ସୂତା କଳରେ କାମ କରୁଥିବା ସ˚ଜୟ ପ୍ରାୟ ୭ ବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ସୁସୁଆ ଅଞ୍ଚଳର ରବୀନ୍ଦ୍ର ମହାଳିକଙ୍କ ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ। ସ˚ଜୟ ଏବ˚ ରଶ୍ମିତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ଗତ କିଛି ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଅଧିକା˚ଶ ସମୟ ବାହାରେ ରହୁଥିବା ସ˚ଜୟ ଗତ ରଜ ସମୟରେ ଗାଁକୁ ଆସିଥିଲେ। ଘରକୁ ଆସିବାର ୨ ମାସ ମଧ୍ୟରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଭଲ ନ ଥିଲା। ସ୍ତ୍ରୀ ରଶ୍ମିତାଙ୍କ ଗତିବିଧିକୁ ନେଇ ସ˚ଜୟଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଗାଁର କୌଣସି ଯୁବକ ସହିତ ରଶ୍ମିତାଙ୍କ ପରକୀୟା ପ୍ରୀତି ଥିବାର ସନ୍ଦେହ ସ˚ଜୟ ମନରେ କ୍ରୋଧ ଭରି ଦେଇଥିଲା। ସ୍ତ୍ରୀ ପ୍ରତି ଘୃଣାରେ ଜର୍ଜରିତ

ହୋଇ ରହିଥିବା ସ˚ଜୟ ଗତକାଲି ହିତାହିତ ଭୁଲି ଯାଇଥିଲା। ନିଜର ଦୁଇ ପିଲା ଶୋଇଯିବା ପରେ ସ˚ଜୟ ସ୍ତ୍ରୀକୁ ପାଖକୁ ଡାକି ଶୋଇବା ପାଇଁ କହିଥିଲା। ରଶ୍ମିତା ସ୍ବାମୀକୁ ଠେଲି ଦେଇ ଚାଲିଯିବାକୁ ଚେଷ୍ଟା କରିବା ବେଳେ ସ˚ଜୟ ବିଛଣା ତଳେ ପୂର୍ବରୁ ଲୁଚାଇ ରଖିଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। କ୍ରୋଧରେ ପାଗଳ ହୋଇଯାଇଥିବା ସ˚ଜୟ ରଶ୍ମିତାଙ୍କ ବେକ, ଛାତି ଏବ˚ ମୁଣ୍ତକୁ ହାଣି ଦେଇଥିଲା। ଏଥିରେ ଗୁରୁତର ହୋଇଥିବା ରଶ୍ମିତା ଚିତ୍କାର କରୁଥିବା ବେଳେ ସ˚ଜୟ ସେଠାରୁ ଖସି ପଳାଇଥିଲା। ପଡ଼ିଶା ଲୋକେ ଗୁରୁତର ଅବସ୍ଥାରେ ରଶ୍ମିତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା କରିବା ପରେ ଟିକେ ବି ବିଚଳିତ ନଥିବା ସ˚ଜୟ ଭୋର ୪ଟା ସମୟରେ ଧୂଷୁରୀ ଥାନାରେ ପହଞ୍ଚି ସ୍ତ୍ରୀକୁ ହତ୍ୟା କରିଥିବା ପ୍ରକାଶ କରି ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧିତ ଖବର