ସ୍ବେଚ୍ଛାକୃତ ଅବସର ନେଲେ ଆଇଏଏସ୍ ଗଗନ ଧଳ

ଭୁବନେଶ୍ବର : ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ଗଗନ କୁମାର ଧଳ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ସେ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସରକାର ତାଙ୍କ ଆବେଦନ ଗ୍ରହଣ କରିବା ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସରକାର ଶ୍ରୀ ଧଳଙ୍କୁ ଖାଲିପଡିଥିବା ଖାଦ୍ୟ କମିସନ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଗତ ଅଗଷ୍ଟ ମାସରେ ଶ୍ରୀ ଧଳ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ। ସେତେବେଳେ ତାଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି ନ ଦିଆଯିବା କାରଣରୁ ସେ ଅଭିମାନ କରିଥିବା ଚର୍ଚ୍ଚା ଚାଲିଥିଲା। ଏହା ଉପରେ ସେ କୌଣସି ମନ୍ତବ୍ୟ ଦେଇନଥିଲେ। ସେଣେ ରାଜ୍ୟ ସରକାର ମଧ୍ୟ ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ। ବରଂ ତାଙ୍କୁ ବୁଝାସୁଝା କରି ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।

ତେବେ କେଉଁ ପରିସ୍ଥିତିରେ ସେ ପୁଣି ଗତମାସରେ ପୁଣି ଥରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ, ତାହା ଜଣାପଡିନାହିଁ। ଏଥର କିନ୍ତୁ ସରକାର ତାଙ୍କର ଆବେଦନକୁ ତତ୍କାଳ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର