ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବିପିନ କୁମାର ସାକ୍‌ସେନାଙ୍କୁ ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିସନର ପଦବିକୁ ବଦଳି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଓଏସ୍‌ଡି ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ବିନୋଦ କୁମାରଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ଓଏସ୍‌ଡି ଭାବେ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୬ରେ ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଥିବା ମାଧବ ଚନ୍ଦ୍ର ବରିହାଙ୍କୁ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗକୁ ଓବିସି ନିର୍ଦେଶକ ଭାବେ ବଦଳି କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଭାଗର ଅନ୍ୟ ଏକ ସଂଶୋଧନ ସମ୍ବନ୍ଧୀୟ ବିଜ୍ଞପ୍ତି ଅନୁଯାୟୀ ଗତ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ ‘ଓଏଏସ୍‌(ଏସ୍‌ଏଜି) ଏବଂ ଇସ୍ପାତ ଓ ଖଣି ବିଭାଗକୁ ଅତିରିକ୍ତ ସଚିବ’କୁ ଓଏଏସ୍‌(ଏସ୍‌ଏସ୍‌) ଏବଂ ସ୍ୱତନ୍ତ୍ର ସଚିବ ଭାବେ ବିବେଚନା କରାଯିବ। ସେହିପରି ‘ତହସିଲଦାର, ବାମରା ଏବଂ ସୁନ୍ଦରଗଡ଼’ ପରିବର୍ତେ ପିଏ, ଆଇଟିଡିଏ, ବାରିପଦା ଓ ସୁବର୍ଣ୍ଣପୁର ଉଲ୍ଲେଖ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର