ସାତକୋଶିଆରେ ମହାବୀରର ରହସ୍ୟମୟ ମୃତ୍ୟୁର ତଦନ୍ତ ପାଇଁ ଆସି ପହଞ୍ଚିଲେ ଏନଟିସିଏ ଓ ଡବ୍ଲ୍ୟୁ ଆଇଆଇ କର୍ତ୍ତୃପକ୍ଷ

ଅନୁଗୁଳ: କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ ‘ ମହାବୀର’ର ମ୍ୟତ୍ୟୁ ସହିତ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି ସାତକୋଶିଆ ବ୍ୟାଘ୍ରପ୍ରକଳ୍ପ । ତେବେ ମହାବୀର ର ରହସ୍ୟଜନକ ମୃତ୍ୟୁ ଘଟରାରତଦନ୍ତ ପାଇଁ ଆଜି ସକାଳେ ଅନୁଗୁଳଠରେ ପହଞ୍ଚିଛନ୍ତି ଏନଟିସିଏ ଓ ଡବ୍ଲ୍ୟୁ ଆଇଆଇ କର୍ତ୍ତୃପକ୍ଷ ।
ସାତକୋଶିଆ ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧିି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି। କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ ମହାବୀର’ ଗତ ବୁଧବାର ଦିନ ଅତି ରହସ୍ୟଜନକଭାବେ ମୃତ୍ୟୁବରଣ କରିଛି। ଏଥିପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପ୍ରତି ଅନିଶ୍ଚିତତା ଦେଖାଦେଇଥିବା ବେଳେ କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଜଙ୍ଗଲୀ ରାଜା ‘ମହାବୀରର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାର ତଦନ୍ତ ପାଇଁ ଆଜି ଅନୁଗୁଳରେ ଆସି ପହଞ୍ଚିଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଓ ଓ୍ଵାଇଲ୍ଡ ଲାଇଫ ଇଷ୍ଟିଚ୍ୟୁଟ୍‌ (ଡବ୍ଲ୍ୟୁ ଆଇଆଇ ) ର ଡାକ୍ତର।


ଆଜି ସକାଳେ ଡବ୍ଲ୍ୟୁ ଆଇଆଇର ଡାକ୍ତର କେ ରମେଶ ଓ ଏନଟିସିଏ ଆଇ ଜି ଅମିତ ମଲ୍ଲିକ ଆସି ଅନୁଗୁଳଠାରେ ପହଞ୍ଚିବା ପରେ କେଉଁ ପରିସ୍ଥିତିରେ‘ ମହାବୀର’ର ମୃତ୍ୟୁ ଘଟିଲା ତାର ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀ ଦ୍ୱୟ ଓଡ଼ିଶା ବନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ବିଶେଷ କରି ମହାବୀରର ବେକରେ କେଉଁ ପରିସ୍ଥିତିରେ ଘା ହୋଇ ତାହା ଭୟଙ୍କର ସଂକ୍ରମଣର ରୂପ ନେଲା, ତାହା ଜାଣିବାକୁ ଅଧିକାରୀଦ୍ୱୟ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି।

ସମ୍ବନ୍ଧିତ ଖବର