ଶସ୍ତା ହେଲା ଇଲିଶି : ପାରାଦୀପ ମାଛ ମାର୍କେଟରେ ଯୋଡ଼ାକୁ ୧୨୦

ପାରାଦୀପ : ଶସ୍ତା ହେଲା ଇଲିଶି ମାଛ । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଥିବା ଇଲିଶି ଏବେ ଯୋଡାକୁ ୧୨୦ରୁ ୪ଶହ ଟଙ୍କାରେ ବିକ୍ରି ହେଉଛି । ଇଲିଶି ଶସ୍ତା ଖବର ଜଣାପଡ଼ିବା ପରେ ପାରାଦୀପ ଅଠରବାଙ୍କି ବାଲିପ୍ଲଟରେ ଗ୍ରାହକଙ୍କ ଭିଡ ଲାଗୁଛି । ସେହିଭଳି ଅସ୍ତରଙ୍ଗ ବଜାରରେ ବି ଇଲିଶି ଶସ୍ତାରେ ମିଳୁଛି ।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରାଦୀପରେ ଶସ୍ତା ହେଲା ଇଲିଶି ମାଛ । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଥିବା ଇଲିଶି ମାଛ ଏବେ ଯୋଡାକୁ ୧୨୦ ଟଙ୍କାରୁ ୪ ଶହ ଟଙ୍କାରେ ବିକ୍ରି ହେଉଛି । ପାରାଦୀପ ଅଠରବାଙ୍କି ବାଲିପ୍ଲଟ ମାଛ ମାର୍କେଟରେ ଇଲିଶି ମାଛ ପାଇଁ ଗ୍ରାହକଙ୍କ ଗହଳି ଲାଗିଛି । ପାରାଦୀପ ମୁହାଣରେ ପ୍ରତିଦିନ ମତ୍ସ୍ୟଜୀବୀମାନେ ଟନ ଟନ୍ ଇଲିସି ଧରୁଥିବାରୁ ଏବେ ମାଛ ଦର ଶସ୍ତା ହୋଇଛି । ବରଫ ଦେଇ ଏତେ ମାତ୍ରାରେ ମାଛ ରଖିବାରେ ମତ୍ସ୍ୟଜୀବୀ ସକ୍ଷମ ନ ଥିବାରୁ ଶସ୍ତାରେ ବିକ୍ରି କରି ଦେଉଛନ୍ତି ଇଲିଶି ମାଛ ।
ଅସ୍ତରଙ୍ଗ ମୁହାଣରେ ମଧ୍ୟ ପ୍ରବଳ ମାତ୍ରାରେ ଇଲିଶି ମରୁଛନ୍ତି । ଲଘୁଚାପ ବର୍ଷା ପରେ ନଦୀର ଗୋଳିଆ ପାଣିରୁ ପ୍ରଚୁର ମାତ୍ରାରେ ଇଲିଶି ଧରୁଛନ୍ତି ମତ୍ସ୍ୟଜୀବୀ । ଅସ୍ତରଙ୍ଗ ମାଛଧରା ବନ୍ଦର, ଡାଳୁଇକଣି ତେଣ୍ଡାରେ ଦିନକୁ ୧୦ ଟନ୍ ଇଲିଶି ମାଛ ମରୁଛନ୍ତି । ମାଛ ଅଧିକ ଉତ୍ପାଦନ ହେଉଥିବାରୁ କିଲୋ ପ୍ରତି ୩ ଶହରୁ ୪ ଶହ ଟଙ୍କାରେ ବିକ୍ରି କରୁଛନ୍ତି ମତ୍ସ୍ୟଜୀବୀ । ମାଛ ବ୍ୟବସାୟୀମାନେ ମାଛ କିଣି ବାହାରକୁ ଚାଲାଣ କରୁଥିବା ବେଳେ ସ୍ଥାନୀୟ ଗ୍ରାହକ ମାଛ ନପାଇ ଫେରୁଥିବା ଦେଖିବାକୁ ମିଳୁଛି । ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି । ଓଡ଼ିଆରେ ବ୍ୟବହାର ହେଉଥିବା ଏହି ଢ଼ଗ ହିଁ ପ୍ରମାଣ କରିଦିଏ ଇଲିସି ମାଛର ଚାହିଦା । ବିଶେଷ କରି ଇଲିସି ମାଛର ସ୍ୱାଦ, ଅନ୍ୟ ମାଛଠାରୁ ଭିନ୍ନ ହୋଇଥିବାରୁ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଦୁର୍ବଳତା ଥାଏ ।

ସମ୍ବନ୍ଧିତ ଖବର