ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି।
ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍ ଓ ସେଣ୍ଟର୍ ଫର୍ ଓ୍ଵାଇଲ୍ଡ୍ ଲାଇଫ୍ ହେଲ୍ଥ୍ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଯାଉଥିଲା।
ମୃତ୍ୟୁର ପ୍ରକୃତ କାରଣ ସଂକ୍ରାନ୍ତରେ କୌଣସି ତଥ୍ୟ ନ ମିଳିନାହିଁ। ଗତ ଅଗଷ୍ଟ ମାସ ଶେଷ ଆଡ଼କୁ ପ୍ରାଣୀ ଉଦ୍ୟାନରେ ଅନ୍ୟ ଏକ ହାତୀ ହାର୍ପିସ୍ ଭାଇରସ୍ ସଂକ୍ରମଣ ଯୋଗୁଁ ମରିଯାଇଥିଲା।
୨୦୧୦ ମସିହା ଜୁଲାଇ ମାସ ୨୮ ତାରିଖ ଦିନ ଚନ୍ଦନକୁ ଚନ୍ଦକା ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା।
ଚନ୍ଦନର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନର ହାତୀଶାଳରେ କେବଳ ଛଅଟି ମାଈହାତୀ ରହିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/nandankanan-1.jpg)