ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ସ୍ୱାସ୍ଥ୍ୟ ସଚିବଙ୍କ ରିପୋର୍ଟ ଦାଖଲ

ରାଜ୍ୟରେ ବେଆଇନ୍‌ କ୍ଲିନିକ୍‌ ପ୍ରସଙ୍ଗ

କଟକ : ରାଜ୍ୟରେ ବିନା ଅନୁମତିରେ ଚାଲିଥିବା ଘରୋଇ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟନୁଷ୍ଠାନ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ବିସ୍ତତ ରିପୋର୍ଟ ଦାଖଲ କରିଛନ୍ତି।

ସ୍ୱାସ୍ଥ୍ୟ ସଚିବଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଦର୍ଶାଯାଇଛି ଯେ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ କାର୍ଯ୍ୟକାରୀ କରି ବେଆଇନ୍‌ ଭାବେ ଚାଲିଥିବା ନର୍ସିଂହୋମ୍‌ ଓ କ୍ଲିନିକ୍‌ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କଟକ ଓ ଭୁବନେଶ୍ୱରରେ ଅଧିକ ସଂଖ୍ୟକ ନର୍ସିଂହୋମ୍‌ ଓ କ୍ଲିନିକ ଗୁଡିକର ଯାଞ୍ଚ ପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ କ୍ଲିନିକ୍‌ ଉପରେ ଚଢାଇ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ରାଜ୍ୟରେ ବେଆଇନ୍‌ ଭାବେ ୧୨ଶହରୁ ଅଧିକ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଚାଲିଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଦାୟର ଅଭିଯୋଗର ଶୁୁଣାଣି କରି ରିପୋର୍ଟ ଦାଖଲ ପାଇଁ କମିସନ୍‌ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର