ବାସୁଦେବପୁର : ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ୍ ଘୋଷଣା କରିଥିଲେ ମଧ୍ୟ ବାସୁଦେବପୁରରେ ଚୋରା ମଦବେପାରି ମାନଙ୍କ ଦୌରାତ୍ମ୍ୟ ବଢିବଢି ଚାଲିଛି। ମଙ୍ଗଳବାର ରାତ୍ରୀରେ ତହସିଲଦାର ସୈାମ୍ୟସ୍ରି ପାଣିଗ୍ରାହୀ ଓ ଥାନାଧିକାରୀ ମଧୁମିତା ମହାନ୍ତି ଚଢ଼ାଉ କରି ସ୍ଥାନୀୟ ବେତଡା ବଜାର ଓ ସୁଦର୍ଶନପୁର ଗ୍ରାମରୁ ବିପୁଳ ପରିମାଣରେ ଚୋରା ମଦ ଜବତ କରିଛନ୍ତି। ଚୋରାମଦ ବେପାରିମାନେ ଖସିଯାଇଥିବା ବେଳେ, ୫୧ ପେଟି ମଦ ଜବତ କରାଯାଇଛି।
ପୁଲିସ ପ୍ରଶାସନର ଏହି ଚଢ଼ଉକୁ ନେଇ ମଦ ମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/ବାସୁଦେବପୁର.jpg)