ନଦୀରୁ ବେଆଇନ ବାଲି ଚାଲାଣ, ୧୨ ଟ୍ରାକ୍ଟର ଅଟକ

ବରଗଡ଼ : ରବିବାର ‘ସମ୍ବାଦ’ରେ ବରଗଡ଼ ଜୀରା ନଦୀରୁ ବେଆଇନ ଭାବେ ବ୍ୟାପକ ବାଲି ଚାଲାଣ ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଖବରକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି। ରବିବାର ଜୀରା ନଦୀରେ ବାଲି ଉଠାଣ ଚାଲୁଥିବା ବେଳେ ପ୍ରାଶାସନିକ ଅଧିକାରୀମାନେ ଚଢ଼ଉ କରି ବାଲି ଘାଟରୁ ୧୨ଟି ଟ୍ରାକ୍ଟର ଜବତ କରିଛନ୍ତି। କେବଳ ବରଗଡ଼ କାହିଁକି, ଜୀରା ଅବବାହିକାର ବିଭିନ୍ନ ଇଲାକାରୁ ବାଲି ଉଠାଣ ବେଆଇନ ଭାବେ ଚାଲିଛି।

ସମ୍ବନ୍ଧିତ ଖବର