ଜାତୀୟ ରାଜପଥରୁ ଉଠୁନି ବେଆଇନ୍ ଟୋଲ୍ଗେଟ୍ : ବେଧଡ଼କ ଭାବେ ଚାଲିଛି ବେଆଇନ କାରବାର, ଜାତୀୟ ରାଜପଥ କତ୍ତୃର୍ପକ୍ଷ ବେଫିକର
ଭୁବନେଶ୍ୱର : ରାଜ୍ୟର ଜାତୀୟ ରାଜପଥ ଉପରେ ପାଞ୍ଚଟି ବେଆଇନ୍ ଟୋଲ୍ଗେଟ୍ ଅଛି। ନିୟମକାନୁନ୍ ନ ମାନି ଏମାନେ ବର୍ଷ ବର୍ଷ ଧରି ଟୋଲ୍ ଆଦାୟ କରୁଛନ୍ତି। ତିନି ବର୍ଷ ତଳେ ଖୋଦ୍ ତତ୍କାଳୀନ ପରିବହନ ମନ୍ତ୍ରୀ ଏହାକୁ ମାନିଥିେଲ। ଆଉ କହିଥିଲେ, ଖୁବ୍ ଶୀଘ୍ର ଏଗୁଡ଼ିକ ସ୍ଥାନାନ୍ତରଣ ହେବ। ଏହା ମଧ୍ୟରେ ତିନି ବର୍ଷ ବିତିଗଲାଣି। କିନ୍ତୁ ସରକାରୀ କାର୍ଯ୍ୟାନୁଷ୍ଠାନ ଶୂନ। ଟୋଲ୍ଗେଟ୍ ସ୍ଥାନାନ୍ତର କରିବାକୁ ସରକାରୀ ତତ୍ପରତା ନାହିଁ। ଏହି ବେଆଇନ୍ ଟୋଲ୍ ପ୍ଲାଜାରେ ବେଧଡ଼କ ଭାବେ ସେମିତି ଯାତ୍ରୀଙ୍କ ଠାରୁ ଟୋଲ୍ ଆଦାୟ ଚାଲିଛି। ରାଜ୍ୟ ସରକାର, ଜାତୀୟ ରାଜପଥ କତ୍ତୃର୍ପକ୍ଷ ଓ ଘରୋଇ ସ˚ସ୍ଥାର ଅସାଧୁ ମେଣ୍ଟକୁ ସାଧାରଣ ଜନତା ବି ବରଦାସ୍ତ କରିବାକୁ ବାଧୢ ହେଉଛନ୍ତି। କାରଣ ଖୋଦ୍ ସରକାର ବେଆଇନ୍ କାରବାରକୁ ମାନିଲା ପରେ ବି ବର୍ଷ ବର୍ଷ ଧରି ସେଗୁଡ଼ିକୁ ସ୍ଥାନାନ୍ତର କରାଯାଉନି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଏବେ ୮ଟି ଟୋଲ୍ ପ୍ଲାଜା ଅଛି। ତାହା ମଧୢରୁ ପାଞ୍ଚଟି ବେଆଇନ୍ ଭାବେ ନିର୍ମାଣ ହୋଇଥିବା ସରକାର ମାନିଛନ୍ତି। ସେଗୁଡ଼ିକ ହେଲା ପୁରୀ-ଭୁବନେଶ୍ବର ମଝିରେ ପିପିଲି, କଟକ-ଚଣ୍ତିଖୋଲ ମଝିରେ ମଙ୍ଗୁଳି, ଚଣ୍ତିଖୋଲ-ଭଦ୍ରକ ମଝିରେ ପାଣିକୋଇଲି, ଚଣ୍ତିଖୋଲ-ପାରାଦୀପ ମଝିରେ ଶ୍ରୀରାମପୁର ଓ ସମ୍ବଲପୁର-ବରଗଡ଼ ମଝିରେ ବାହାରାଗୁଡ଼ା। ଜାତୀୟ ରାଜପଥ କତ୍ତୃର୍ପକ୍ଷଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ପୌରସ˚ସ୍ଥାର ୧୦ କିମି ପରିଧି ଭିତରେ କୌଣସି ଟୋଲ୍ଗେଟ୍ ରହିବ ନାହିଁ। ସେହିପରି ଦୁଇଟି ଟୋଲ୍ଗେଟ୍ ମଧୢରେ ଅତି କମ୍ରେ ୬୦ କିଲୋମିଟର୍ ବ୍ୟବଧାନ ରହିବ। ଏହି ପାଞ୍ଚଟି ଟୋଲ୍ଗେଟ୍ ସ୍ଥାପନ କଲା ବେଳେ ଏପରି ନିୟମକୁ ବାଏଁ ବାଏଁ ଉଡ଼ାଇ ଦିଆଯାଇଛି।
ପିପିଲି ନିକଟରେ ଥିବା ଟୋଲ୍ଗେଟ୍ ପିପିଲି ଏନ୍ଏସି ନିକଟରେ ରହିଛି। ମଙ୍ଗୁଳି ଟୋଲ୍ଗେଟ୍ରୁ ଚୌଦ୍ବାର ପୌରସ˚ସ୍ଥାର ବ୍ୟବଧାନ ୧୦ କିଲୋମିଟର୍ରୁ କମ୍। ସେହିପରି ମଙ୍ଗୁଳିରୁ ଶ୍ରୀରାମପୁର ଟୋଲ୍ଗେଟ୍ ମଧୢରେ ବ୍ୟବଧାନ ୬୦ କିମିରୁ କମ୍। ଶ୍ରୀରାମପୁର ଟୋଲ୍ଗେଟ୍ରୁ ପାଣିକୋଇଲି ବ୍ୟବଧାନ ୬୦ କିମିରୁ କମ୍। ବରଗଡ଼ ପୌରସ˚ସ୍ଥାର ଖୁବ୍ ନିକଟରେ ରହିଛି ବାହାରାଗୁଡ଼ା ଟୋଲ୍ଗେଟ୍। ଏହା ମଧୢରୁ କିଛି ଟୋଲ୍ଗେଟ୍ରେ ୨୦୦୯ ମସିହାରୁ ଟୋଲ୍ ସ˚ଗ୍ରହ ଚାଲିଛି।
ପରିବହନ ମନ୍ତ୍ରୀ ଏହି ବେଆଇନ୍ କାରବାରକୁ ସ୍ବୀକାର କଲା ବେଳେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା, ନିୟମକାନୁନ୍କୁ ମୋଡ଼ି ଦେଇ ଜାତୀୟ ରାଜପଥ କତ୍ତୃର୍ପକ୍ଷ ଓ ଟୋଲ୍ ଆଦାୟ କରୁଥିବା ଘରୋଇ ସ˚ସ୍ଥା ଜାଣିଶୁଣି ଏମିତି ଟୋଲ୍ଗେଟ୍ ସ୍ଥାପନ କରିଥିଲେ। କାରଣ ଅଧିକ ଟୋଲ୍ ଆଦାୟ ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। ସେଥିରେ ସହଯୋଗ କରିଥିଲେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ। ଯେଉଁଠାରେ ବି ବେଆଇନ୍ ଟୋଲ୍ଗେଟ୍ ନିର୍ମାଣ ହୋଇଛି, ସେଠାରେ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ନିୟମକାନୁନ୍ ପ୍ରତି ଆଖି ବୁଜି ଦେଇ ଆନ୍ଦୋଳନକୁ ଧମକଚମକ ଦେଇ ଚାପି ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବେଆଇନ୍ ଭାବେ ଯେଉଁ ଟୋଲ୍ ଆଦାୟ ହୋଇଛି, ତାହାକୁ କିଏ ଭରଣା କରିବ ବୋଲି ପ୍ରଶ୍ନ ଉଠୁଛି।
ବେଆଇନ୍ ଟୋଲ୍ ପ୍ଲାଜା ନେଇ ବିଭିନ୍ନ ଆଡ଼ୁ ସମାଲୋଚନା ହେଲା ପରେ ରାଜ୍ୟ ପରିବହନ କମିସନର୍ଙ୍କ ନେତୃତ୍ବରେ ଏକ ଟିମ୍ ଗଢ଼ିଥିଲେ ସରକାର। ଏହି ଟିମ୍ ବେଆଇନ୍ ଟୋଲ୍ ପ୍ଲାଜା ଅନୁଧୢାନ କରିବା ସହ ସେଗୁଡ଼ିକୁ ସ୍ଥାନାନ୍ତର କରିବା ନେଇ ସରକାରଙ୍କୁ ରିପୋର୍ଟ ଦେବ। ଏହି କମିଟି ବାସ୍ତବ ସ୍ଥିତିକୁ ଅନୁଧୢାନ କଲା ପରେ ପାଞ୍ଚଟି ଟୋଲ୍ ଗେଟ୍ ସ୍ଥାନାନ୍ତର ପାଇଁ ମତ ଦେଇଥିଲା। କମିଟି ରିପୋର୍ଟ ଦେବାର ବି ତିନି ବର୍ଷ ହୋଇଗଲାଣି। କିନ୍ତୁ ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ ହୋଇ ଚାଲିଛି। ଗୋଟିଏ ଚୋରି ଧରାପଡ଼ିଲା ପରେ ତାହାକୁ ଅଧିକ ଦିନ ସରକାର ସହ୍ୟ କରିବା ଗୁରୁତର ଅପରାଧ ବୋଲି ମତପ୍ରକାଶ ପାଉଛି। କିନ୍ତୁ ସରକାରଙ୍କ ଚିନ୍ତା ନାହିଁ। ସ୍ଥାନୀୟ ଲୋକମାନେ ବି ଏହା ଦ୍ବାରା ଅଯଥାରେ ହଇରାଣ ହେଉଛନ୍ତି।
ବେଆଇନ୍ ଟୋଲ୍ ଗେଟ୍ ଧରାପଡ଼ିବା ପରେ ଏକାଧିକ ଥର ପରିବହନ ମନ୍ତ୍ରୀ, ଅଧିକାରୀ ଓ ଜାତୀୟ ରାଜପଥ ଅଧିକାରୀ ବଦଳି ଗଲେଣି। ବେଆଇନ୍ ଟୋଲ୍ ଗେଟ୍ ସ୍ଥାନାନ୍ତର ପ୍ରକ୍ରିୟା ଫାଇଲ୍ ଭିତରେ ରହିଯାଇଛି। ବର୍ତ୍ତମାନର ମନ୍ତ୍ରୀ, ଅଧିକାରୀମାନେ ଏ ସମ୍ପର୍କରେ ଅବଗତ ନାହାନ୍ତି। ପରିବହନ ବିଭାଗ ବିଭିନ୍ନ ନିୟମ ମାନିବା ପାଇଁ ଲୋକଙ୍କୁ ନାଲି ଆଖି ଦେଖାଉଥିଲା ବେଳେ ବର୍ଷ ବର୍ଷ ଧରି କିପରି ଜାତୀୟ ରାଜପଥରେ ଖୋଲାଖୋଲି ବେଆଇନ୍ କାମକୁ ପ୍ରଶ୍ରୟ ଦେଇଆସୁଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।