କୋରାପୁଟ ଜିଲ୍ଲାରେ ନକଲି ଚୋରା ମଦ କାରବାର ବଢ଼ୁଛି

ଜୟପୁର : କୋରାପୁଟ ଜିଲ୍ଲାର କୋରାପୁଟ ସମେତ ଜୟପୁର ପୌରପାଳିକା ଏବଂ ବ୍ଲକର ବଡ ବଡ ଗାଁରେ ଏବେ ନକଲି ବିଦେଶୀ ଓ ବିଷାକ୍ତ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ବସ୍ତି ଅ˚ଚଳରେ ମଦ ମାଫିଆ ମାନେ ଆସ୍ଥାନ ଜମାଇ ଏହି ବ୍ୟବସାୟକୁ ଅନାୟାସରେ ଜାରି ରଖିଛନ୍ତି। ସହରରେ ପ୍ରାୟ ୫ରୁ ଉର୍ଦ୍ଧ୍ବ ସ୍ଥାନରେ ଚୋରା ମଦ କାରବାର ଚାଲିଛି। ଅନ୍ୟପକ୍ଷରେ ଏହାକୁ ରୋକିବାକୁ ଥିବା ବିଭାଗ ଆଖିଦୃଷିଆ ପଦକ୍ଷେପ ନେଉନଥିବା ଜୟପୁର ସହର ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି।

ସହରର ଜାତୀୟ ରାଜପଥ ପାର୍ଶ୍ବରେ ଥିବା କିଛି ବସ୍ତି ଅ˚ଚଳରେ ଏହା ବ୍ୟାପକ ଭାବେ ବିକ୍ରି ଚାଲିଛି। ଏଠାରେ ଦିନ ମଜୁରିଆଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ଆସ୍ଥାନ ଜମାଇ ମାତାଲ ହେଉଥିବା ଦେଖିବାକୁ ମିଳିଛି। ପଡୋଶୀ ଛତିଶଗଡ ସମେତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗାଁରୁ ବିଷାକ୍ତ ଚୋରା ମଦ, ନକଲି ବିଦେଶୀ ମଦ ଏଠାରେ ବିପୁଳ ପରିମାଣରେ ବିକ୍ରି ହେଉଛି। କୁଚିଆ ବ୍ୟବସାୟୀ ମାନେ ସରକାରୀ ମଦ ଭାଟିରୁ ଅଳ୍ପ କିଛି ଲିଟର ଦେଶୀ ମଦ ଆଣି ବଳକା ବିଷାକ୍ତ ମଦ ବିକ୍ରି କରୁଛନ୍ତି। ସେଭଳି ବିଦେଶୀ ମଦ ଦୋକାନ ଗୁଡିକ ମଧ୍ୟ ନିଜ ଦୋକାନରେ ବିକ୍ରୀ କରିବାକୁ ଅନୁମତି ଦେଇଥିଲେ ହେଁ ସେମାନେ ବ୍ୟବସାୟିକ ଦୃଷ୍ଟିକୋଣରୁ କିଛି ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଏହି ସୁଯୋଗରେ କିଛି ବ୍ୟବସାୟୀ ଅଳ୍ପ ଅସଲି ମଦରେ ନକଲି ବିଦେଶୀ ମଦ ମିଶାଇ ବିକ୍ରି କରୁଛନ୍ତି।

ଦେଶୀ ଓ ବିଦେଶୀ ମଦ ବିକ୍ରି କରିବା ପାଇଁ ମହିଳା ସ୍ବୟ˚ ସହାୟକ ଦଳ, ନିଶା ନିବାରଣ ସମିତି ପକ୍ଷରୁ ବିରୋଧ କରି ଆସୁଥିଲେ ହେଁ ଜିଲ୍ଲାରେ ଏହା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାସ୍ କରି ଜୟପୁର ସହରର ଆଖପାଖରେ ଥିବା କିଛି ଗାଁ ଗଡପଦର, କଲାଗୁଡା, ବୋରିଗୁମ୍ମା ବ୍ଲକର ବଣ୍ଡାଗୁଡା, କଣାଗାଁ, ମାଝୀଗୁଡା, ନୂଆଗାଁ, ଜଡାବନ୍ଦ ଗାଁରେ ବ୍ୟାପକ ଭାବେ ଚୋରା ଦେଶୀ ମଦ ରନ୍ଧା ଚାଲିଥିବା ସୂଚନା ମିଳିଛି। ଅପର ପକ୍ଷରେ ଆଦିବାସୀ ମହିଳା ମାନେ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ସରକାର ଏମାନଙ୍କୁ ପ୍ରୋତ୍ସାହିତ ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ପରମ୍ପରା ନାଁରେ ଆମ ଲୋକଙ୍କୁ ମଦୁଆ କରିବା ଯୋଜନାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୂର୍ବତନ ସା˚ସଦ ପ୍ରଦୀପ ମାଝୀ କହିଛନ୍ତି। ବିଭିନ୍ନ ରାଜନୈତିକ ଦଳ, ସ˚ଗଠନ, ମହିଳା ସ୍ବୟ˚ ସହାୟକ ଦଳର ମହିଳା ମାନେ ଜିଲ୍ଲାରେ ଦେଶୀ ଓ ନକଲି ବିଦେଶୀ ମଦ ବିକ୍ରି ବନ୍ଦ କରାଇବାକୁ ଅଣ୍ଟା ଭିଡି ବାହାରିଥିବା ବେଳେ ପ୍ରଶାସନ ଆଶୁ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆଗାମୀ ଦିନରେ ଜିଲ୍ଲାରେ ବଡ ଧରଣର ଅଘଟଣକୁ ଆମନ୍ତ୍ରଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର