ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ

ଟାଙ୍ଗୀ : କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ୍‌ ସଫା ସେକ୍ସନ୍‌ ଅନ୍ତର୍ଗତ ଗରୁଡ଼ଗାଁ ପଞ୍ଚାୟତର ହଳଦୀବସନ୍ତ ମୌଜାରେ ତିନି ଦିନ ଧରି ଅସୁସ୍ଥ ହୋଇ ପଡ଼ିରହିଥିବା ଏକ ଦନ୍ତା ହାତୀର ଆଜି ମୃତ୍ୟୁ ହୋଇଛି।

ହାତୀର ମୃତ୍ୟୁ ଖବର ପାଇ ଆଜି ସକାଳେ ସଫା ବନପାଳ ଚନ୍ଦ୍ରଶେଖର ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଡିଏଫ୍‌ଓ ଏସ୍‌ଏମ୍‌ଟି ରେହେମାନ୍, ଏସିଏଫ୍ ମନୋରଞ୍ଜନ ସ୍ବାଇଁ, ଓୟୁଏଟିର ଚିକିତ୍ସାଧିକାରୀ ଓ ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅନ୍ତ୍ରର୍ଯ୍ୟାମୀ ଖୁଣ୍ଟିଆ ଟିମ୍‌ ସହ ପହଞ୍ଚିଥିଲେ। ମୃତ ହାତୀଟିର ଶରୀର କଟାଯାଇ ଘଟଣାସ୍ଥଳରେ ବ୍ୟବଚ୍ଛେଦ କରାଯାଇଥିଲା। ପରେ ହାତୀର ମୃତଦେହକୁ ଏକ ଟ୍ରାକ୍ଟର ଯୋଗେ ନିଆଯାଇ କୁସୁନପୁରସ୍ଥିତ ସରକାରୀ ନର୍ସରୀ ପରିସରରେ ଗାତ ଖୋଳାଯାଇ ପୋତାଯାଇଥିଲା। ହାତୀଟିର ବୟସ ପ୍ରାୟ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର