ଡଙ୍କାରୀ ପାହାଡ଼ରୁ ବେଆଇନ ଖଣିଜ ଦ୍ରବ୍ୟ ଉତ୍ତୋଳନ ପ୍ରସଂଗ : ମାସକ ମଧ୍ୟରେ ପଦକ୍ଷେପ ନେବାକୁ ଗ୍ରିନ୍‌ ଟ୍ରିବୁନାଲଙ୍କ ନିର୍ଦ୍ଦେଶ

କଟକ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ର ଜଙ୍ଗଲ ଅଞ୍ଚଳରେ ବେଆଇନ୍‌ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ନୂଆଦିଲ୍ଲୀସ୍ଥିତ ଗ୍ରିନ୍‌ ଟ୍ରିବୁନାଲ ଏକ ଯାଞ୍ଚ ଦଳ ଗଠନ କରିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳ ଘଟଣାସ୍ଥଳ ପରିଦର୍ଶନ କରି ଆଇନ ଅନୁସାରେ ଏକ ମାସ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଟ୍ରିବୁନାଲରେ ଜଙ୍ଗଲ ସଚିବ ରିପୋର୍ଟ ଦାଖଲ କରିବେ। ଏହି ଦଳରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଏସଇଆଇଏଏର ସଦସ୍ୟ, ଯାଜପୁର ଜିଲ୍ଲାପାଳ ଓ ଜଙ୍ଗଲବିଭାଗର ପ୍ରତିନିଧି ରହିବେ। ୨୦୧୮, ଡିସେମ୍ବର ୭ରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଗ୍ରିନ୍‌ ଟ୍ରିବୁନାଲ ଅଧ୍ୟକ୍ଷ ଜଷ୍ଟିସ ଏ.କେ.ଗୋୟଲ, ସଦସ୍ୟ ଜଷ୍ଟିସ ଜେ.ରହିମ, ଜଷ୍ଟିସ ଏସ୍‌.ପି.ଓ୍ଵାଙ୍ଗଡି ଓ ଡକ୍ଟର ନାଗିନ ନନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ର ଜଙ୍ଗଲ ବିଭାଗ ଅଞ୍ଚଳରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପ୍ରାର୍ଥନା କରି ସମାଜସେବୀ ସର୍ବେଶ୍ୱର ବେଉରା ଟ୍ରିବୁନାଲରେ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର