ଦିନ ସାଢ଼େ ୧୧ଟା ଯାଏ କାଳବୈଶାଖୀ ନେଇ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସକାଳ ସାଢ଼େ ୮ଟା ଠାରୁ ଦିନ ସାଢ଼େ ୧୧ଟା ଯାଏ ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସହିତ ଘଡଗଡ଼ି ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଢେଙ୍କାନାଳ, ଅନୁଗୁଳ,ମୟୁରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନପୁର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ଏହି ସମ୍ରରେ ବର୍ଷା, ପବନ ସାଙ୍ଗକୁ ବିଜୁଳି ମାରିବାର ଆଶଙ୍କା ଥିବାରୁ ଷଲାକେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହିତ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହୋଇପାରେ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର।
ପାଣିପାଗ ବିଭାଗର ସତର୍କ ସୂଚନାକୁ ସତ୍ୟ ପ୍ରମାଣିତ କରି ଆଜି ସକାଳ ୯ଟା ପରଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ଘଙଡ଼ଘଡି ସହିତ ବର୍ଷା ହୋଇଛି। ସେହିପରି କଟକରେ ମଧ୍ୟ ସକାଳେ କାଳବୈଶାଖୀ ବଳର୍ଷା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର