ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଇମ୍ୟୁନୋ ଫ୍ଲୋରୋସେନ୍‌ସ୍‌ ପାଥୋଲୋଜି ପରୀକ୍ଷଣ

କଟକ : ଏସ୍‌ସିବି ମେଡିକାଲରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଇମ୍ୟୁନୋ ‌‌ ଫ୍ଲୋରୋସେନ୍‌ସ୍‌ ପାଥୋଲୋଜି ପରୀକ୍ଷଣ । ଏହି ପରୀକ୍ଷଣ ବ୍ୟବସ୍ଥା ଫଳରେ ଚର୍ମ ଓ କିଡ୍‌ନୀ ରୋଗ କେଉଁ କ‌ାରଣରୁ ହୋଇଛି ଓ ଏହି ରୋଗ କେଉଁ ଅବସ୍ଥାରେ ରହିଛି, ଏସବୁର ରିପୋର୍ଟ ମିଳିପାରିବ। ଏହାପରେ ରୋଗୀଙ୍କୁ ମିଳିପାରିବ ସଠିକ୍‌ ଚିକିତ୍ସା । ଦିନକୁ ଦିନ କିଡ୍‌ନୀ ରୋଗ ମାଡି ଚାଲିଥିବା ବେଳେ ଏହା ଶରୀରର କେତେ ଅଂଶକୁ ମାଡିଛି, ଏସବୁର ରିପୋର୍ଟ ପାଇଁ ଶରୀରର କୋଷକୁ ନେଇ ପରୀକ୍ଷଣ କରାଯିବ। ଏହି କୋଷକୁ ମାଇକ୍ରୋସ୍କୋପିକ୍‌ ଗ୍ରୀନ୍ ଫିଲଟର୍ ଦ୍ବାରା ପରୀକ୍ଷଣ କରାଯିବ। ଏହାର ରିପୋର୍ଟ ମଧ୍ୟ ଦିନେ ଦୁଇଦିନ ଭିତରେ ରୋଗୀ ପାଇପାରିବେ। କେବଳ କିଡ୍‌ନୀ ନୁହେଁ, ଚର୍ମ ରୋଗ ପାଇଁ ମଧ୍ୟ ଏହି ପରୀକ୍ଷଣ ବ୍ୟବସ୍ଥା ରହିଛି। ମାସକ ଭିତରେ ଏସ୍‌ସିବିରେ ଏହି ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହେବ ବୋଲି ବିଭାଗୀୟ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅସରନ୍ତି କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର