ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଚୋରା ବିଦେଶୀ ସିଗାରେଟ ଜବତ , ଦୁଇ ବ୍ୟବସାୟୀ ଅଟକ

ଭୁବନେଶ୍ୱର : ଆଜି ପୁଣି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରୁ ୪୦୦ପ୍ୟାକେଟ ଚୋରା ବିଦେଶୀ ସିଗାରେଟ ଜବତ କରାଯାଇଛି ।

ପ୍ରାପ୍ତ ସୂଚନା ଅନୁସାରେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରୁ ଦୁଇ ଜଣ ବ୍ୟବସାୟୀଙ୍କଠାରୁ ଆଜି ରାଜସ୍ୱ ଗୁଇନ୍ଦା ବିଭାଗ ଦ୍ୱାରା ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ କରାଯାଇଥିବା ଜଣାଯାଇଛି । ଏହି ସିଗାରେଟ କୁଆଲାଲୁମପୁରରୁ ଏୟାର ଏସିଆ ବିମାନ ଯୋଗେ ଚାଲାଣ ହେଉଥିଲା ବୋଲି ଜଣାଯାଇଛି।

ଯେଉଁ ୨ବ୍ୟବସାୟୀଙ୍କ ନିକଟରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ହୋଇଛି, ଉଭୟଙ୍କ ଘର କୋଲକାତାରେ ବୋଲି ଜଣାପଡ଼ିଛି । ଜବତ ସିଗାରେଟର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ୨ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାର ସୂଚନା ମିଳିଛି ।

ଗତ କିଛି ଦିନ ତଳେ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରୁ ବି ସୁନା ବିସ୍କୁଟ  ଜବତ ହୋଇଥିଲା।ଏହାପରେ ଏବେ ଚର୍ଚ୍ଚା ଜୋର ଧରିଛି କି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରୁ ଚୋରାଚାଲାଣକାରୀଙ୍କ ପେଣ୍ଠସ୍ଥଳ ପାଲଟିଛି।

 

ସମ୍ବନ୍ଧିତ ଖବର