ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ୧୫ ଜିଲ୍ଲାକୁ ସାଢ଼େ ୧୨ ଯାଏଁ ସତର୍କ ସୂଚନା ଜାରି କରାଯାଇଛି ସେହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ େଓ୍ଵଲମାର୍କଡ୍‌ ଲୋରେ ପରିଶତ ହେବା ପରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇଛି। ଏହା ପ୍ରଭାବରେ ଆଜି ସକାଳୁ ରାଜଞର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷ କରି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ସହିତ କେନ୍ଦ୍ରାପଡ଼ା, ଖୋଦ୍‌ର୍ଧା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ।
ଆଜି ସକାଳୁ ଭୁବନେଶ୍ୱରରେ ଝିପିଝିପି ହୋଇ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ସକାଳୁ ସାଧାରଣ ଜୀବନଯାତଆ ପ୍ରଭାବିତ ହୋଇଛି। ସକାଳ ସାଢ଼େ ୫ଟାରୁ ରାଜଧାନୀରେ ବର୍ଷା ପରିମାଣ ବଢ଼ିଛି। ରାଜଧାନୀ ସହିତ ପୁରୀରେ ମଧ୍ୟ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପୁରୀ ମାର୍କେଣ୍ଡେୟ ପୁଷ୍କରିଣୀର ପ୍ରାୟ ୧୦୦ ଫୁଟ୍‌ର ପାଚେରି ଭୁଶୁଡ଼ି ପଡ଼ିଛି।

ସମ୍ବନ୍ଧିତ ଖବର