ଭିସାରେ ଆୟକର ଚଢ଼ଉ: ୮୩ କୋଟି ଟିକସ ଫାଙ୍କି!, କାରଖାନା ମୁଖ୍ୟଙ୍କୁ ସମନ ଜାରି

ଯାଜପୁର : କେନ୍ଦ୍ରୀୟ ଆୟକର ଅଧିକାରୀଙ୍କ ପଞ୍ଝାରେ କଳିଙ୍ଗନଗର ଶିଳ୍ପାନୁଷ୍ଠାନ। ସିଜିଏସଟି ଫାକି ଅଭିଯୋଗକୁ ଭିତ୍ତି କରି ଭିସା ଷ୍ଟିଲ କାରକାନା ଉପରେ ଅଧିକାରୀମାନେ ଗତକାଲି ଚଢଉ କରିଛନ୍ତି। ୮୩କୋଟି ଟଙ୍କା ଟିକସ ଫାଙ୍କି ହୋଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସିଜିଏସଟି ଫାଙ୍କି ଅଭିଯୋଗରେ କାରଖାନା ମୁଖ୍ୟ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଆୟକର ବିଭାଗ ସମନ ଜାରି କରିଛନ୍ତି।

ଗତ ୧୮ତାରିଖରେ ମୋସ୍କୋ ଓ ମୈଥାନା ଉପରେ ମଧ୍ୟ କେନ୍ଦ୍ରୀୟ ଆୟକର ବିଭାଗ ଅଧିକାରୀ ଚଢଉ କରିଥିଲେ। ମେସ୍କୋ କମ୍ପାନି ନିୟନ୍ତ୍ରଣାଧୀନ ମୈଥାନରେ ୨୨ କୋଟି ସିଜିଏସଟି ଓ ମୋସ୍କୋ କାରଖାନାରେ ୪୦ କୋଟି ଟଙ୍କାର ମୋଟ ୬୨କୋଟି ଟଙ୍କା ସଜିଏସଟି ଫାଙ୍କି ହୋଇଥିବାର ପ୍ରାଥମିକ ଅକାଳନ କରିଥିଲେ।

ସୂଚନା ଯୋଗ୍ୟ ଭିସାର ଅଧିକାରୀ ସଫେଇ ଦେଇଛନ୍ତି ବ‌େକୟା ସିଜିଏସଟି ଟିକସ ପୈଠ ପାଇଁ ଆୟକର ଅଧିକାରୀ ସମନ ଜାରି କରିଛନ୍ତି। ସବିଶେଷ ତନଖି ପରେ କେତେ ପୈଠ କରାଯିବ ତାହା ଜଣା ପଡ଼ିବ।

କାରଖାନା ଗୁଡ଼ିକର କୋଟି କୋଟି ଟଙ୍କା ଟିକସ ଫାଙ୍କି ଘଟଣାକୁ ନେଇ ଆୟକର ବିଭାଗର କେନ୍ଦ୍ର ଅଧିକାରୀଙ୍କର ଘନ ଘନ ଚଢଉ ଶିଳ୍ପାନୁଷ୍ଠାନ ଅଧିକାରୀଙ୍କ ନିଦ ହଜାଇ ଦେଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନା ପ୍ରଦୂଷଣ ଆଇନ୍, ଭୂତଳ ଜଳ ବ୍ୟବହାର ଆଇନ, ନିଯୁକ୍ତି ଆଇନ, ପରିବେଶ ସୁରକ୍ଷା ଆଇନକୁ ଉଲ୍ଲଘନ କରିବା ପରି କୋଟି କୋଟି ଟଙ୍କା ଟିକସ ଫାଙ୍କି ଘଟଣା ଏବେ ପ୍ରଘଟ ହେବାରେ ଲାଗିଛି। ଏପରିକି କାରଖାନାଗୁଡ଼ିକରେ କାମ କରୁଥିବା ଶହ ଶହ କୋଟି ଟଙ୍କାର ମାଲିକ ଠିକାଦାର ସଂସ୍ଥା ମାନେ ଅନୁରୂପ ଭାବେ ‌ବିଭିନ୍ନ ଆଇନ୍ ଉଲ୍ଲଂଘନ କରିଚାଲିଛନ୍ତି। ଇସ୍ପାତ ରାଜଧାନୀରେ ଶିଳ୍ପପତିମାନଙ୍କର ମେରିରାୟ ଚାଲିଛି। ଏହାକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ଅଧିକାରୀମାନେ ନିସହାୟତା ପ୍ରକାଶ କରୁଛନ୍ତି। ଯାହାକୁ ନେଇ ଜନସାଧାରଣଙ୍କ ଜୀବନଜୀବିକା ପ୍ରତି ବିପଦ ଦେଖା ଦେଇଛି। ଲୋକମାନଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ଦିନର ଜନ ଅସନ୍ତୋଷ ଆନ୍ଦୋଳନ ରୂପ ନେବାକୁ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର