କୋଟିପତି ଗୁଆବେପାରୀଙ୍କ ଘରେ ଆୟକର ବିଭାଗର ଚଢ଼ଉ

ବାଲେଶ୍ବର : ଆୟକର ବିଭାଗର ଏକ ମିଳିତ ଟିମ୍‌ ମୟୂରଭଂଜର ବାରିପଦା, ପଶ୍ଚିମବଙ୍ଗର ସୁନାକୁଣିଆ ସ୍ଥିତ ମିର୍ଜାପୁରରେ ଥିବା ସ୍ନେହଲତା ଏଣ୍ଟରପ୍ରାଇଜେସ୍‌ ଓ ତାର ମାଲିକ ପ୍ରଖ୍ୟାତ ଗୁଆ(ସୁପାରି) ବ୍ୟବସାୟୀ ରତନଲାଲ ଘୋଷଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଶ୍ରୀ ଘୋଷଙ୍କ ଘରୁ ନଗଦ ୪ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାଛଡ଼ା ତାଙ୍କ ନାମରେ ୩.୫କୋଟି ଟଙ୍କାର ଅଘୋଷିତ ଆୟକର ରହିଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଥିଲା। ଏହି ଚଢ଼ଉରେ ଆୟକର ବିଭାଗ ବାଲେଶ୍ବର ରେଂଜର ଯୁଗ୍ମ କମିସନର ଅଜୟ କୁମାର ସିଂହ ନେତୃତ୍ବ ନେଇଥିବାବେଳେ ଯୁଗ୍ମ କମିସନର ଚନ୍ଦନ କୁମାର ପଣ୍ଡିତ, ବାଲେଶ୍ବର, ଭଦ୍ରକ ଓ ବାରିପଦା ଆୟକର ବିଭାଗର ଅଧିକାରୀଙ୍କ ସମେତ ୧୫ଜଣ ସାମିଲ ଥିଲେ। ‌ଚଢ଼ଉ ପରେ ବ୍ୟବସାୟୀ ଘୋଷ ପ୍ରାୟ ୧ କୋଟି ଟଙ୍କାର ଆୟକର ଭରିବେ ବୋଲି ସ୍ବୀକାର କରିଛନ୍ତି। ଏନେଇ କମିସନର ଶ୍ରୀ କହିଛନ୍ତି ଯେ, ସରକାରୀ ନିୟମାନୁସାରେ ଆୟକର ଭରୁନଥିବା ବ୍ୟକ୍ତି କିମ୍ବା ସଂସ୍ଥାରେ ଚଢ଼ଉ ଜାରିରହିବ।

ସମ୍ବନ୍ଧିତ ଖବର