ବଢ଼ିଲା ବସ୍‌ ଭଡ଼ା: ଜାଣନ୍ତୁ କେଉଁ ବସ ପାଇଁ ବଢ଼ିଲା କେତେ ?

ଭୁବନେଶ୍ୱର: ଶନିବାର ବସ୍‌ ଭଡ଼ା ବଢ଼ିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବାରମ୍ବାର ତେଲ ଦର ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ା ବୃଦ୍ଧି କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ। ବସ୍‌ ଭଡ଼ା କିଲୋମଟିର ପିଛା ୨ରୁ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ପଇସା ବଢ଼ି ଥିବା ସୂଚନା ମିଳିଛି। ସେହିପରି ଡିଲକ୍ସ, ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା ୪ ପଇସା ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଏହି ଭଡ଼ା ବୃଦ୍ଧି ପଇବା ପରେ ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ୭୦ପଇସା ଥିବା ବେଳେ ଏବେ ୭୨ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟରକୁ ୭୩ ପଇସା ଥିବା ବେଳେ ଭଡ଼ା ବୃଦ୍ଧି ପାଇ ୭୫ ପଇସା, ଡିଲକ୍ସ ବସ୍‌ ଭଡ଼ା କିମିକୁ ଥିଲା ୧.୦୧ ପଇସା ଏବେ ହୋଇଛି ୧.୦୫ ପଇସା ଏବଂ ଏସି ଡିଲକ୍ସ କିମିକୁ ୧.୨୩ ପଇସା ଥିବା ବେଳେ ଏବେ ୧ଟଙ୍କା ୨୭ ପଇସା ହୋଇଥିବା ଜଣାପଡ଼ିଛି।

ଏକମାସ ଧରି କ୍ରମାଗତ ଭାବେ ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟରେ ବସ୍‌ ଭଡା ସମୀକ୍ଷା କରିବା ପାଇଁ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଉଥିଲା।

ସମ୍ବନ୍ଧିତ ଖବର