ମଦ୍ରାସା ପରୀକ୍ଷା ଫଳ ପ୍ରକାଶ ବଢ଼ିଲା ପାସ୍‌ହାର

ମୌଲବିରେ ଜଲ୍ଲାଲଉଦ୍ଦିନ୍‌, ମାହିରରେ ଅମଜାଦ୍‌ ଟପର୍‌

ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ମଦ୍ରାସା ପରିଷଦ ଦ୍ୱାରା ପରିଚାଳିତ ମୌଲବି (ଦଶମ), ମାହିର(ଯୁକ୍ତ୨), ଆଲିମ୍‌(ଯୁକ୍ତ୩) ଏବଂ ଫାଜିଲ୍‌ (ଏମ୍‌ଏ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ ପାସ୍‌ହାର ୮୧% ରହିଥିବା ବେଳେ ଏଥର ୮୨%କୁ ବୃଦ୍ଧି ପାଇଛି। ଚଳିତବର୍ଷ ୧୩୦୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୬୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୯୧, ଦ୍ୱିତୀୟ ଶ୍ରେଣୀରେ ୨୫୭ ଏବଂ ତୃତୀୟ ଶ୍ରେଣୀରେ ୫୫୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୌଲବିରେ ୫୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୪୨୧ ଜଣ ପାସ୍‌ କରିଛନ୍ତି। ୬ ଜଣ ପ୍ରଥମ, ୯୬ ଜଣ ଦ୍ୱିତୀୟ, ୩୧୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୭୩% ରହିଛି। ଛାତ୍ରଙ୍କ ପାସ୍‌ହାର ୯୧.୭୯% ଓ ଛାତ୍ରୀଙ୍କ ପାସ୍‌ହାର ୮୧.୨୫% ରହିଛି। ମାହିରରେ ପରୀକ୍ଷା ଦେଇଥିବା ୩୬୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ଜଣ ପ୍ରଥମ, ୬୫ ଜଣ ଦ୍ୱିତୀୟ, ୨୧୦ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୮୧% ରହିଛି। ଛାତ୍ରଙ୍କ ପାସ୍‌ହାର ୮୯.୫୭% ଓ ଛାତ୍ରୀଙ୍କ ପାସ୍‌ହାର୯୪.୨୭% ରହିଛି। ଆଲିମ୍‌ ପ୍ରି-ଡିଗ୍ରିରେ ୧୫୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୪୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୭% ରହିଛି। ଛାତ୍ରଙ୍କ ପାସ୍‌ହାର ୯୭.୯୪% ଓ ଛାତ୍ରୀଙ୍କ ପାସ୍‌ହାର ୯୬.୮୭% ରହିଛି। ଆଲିମ୍‌ ପ୍ରି-ଡିଗ୍ରି ବ୍ୟାକ୍‌ରେ ୧୪ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍‌ କରିଛନ୍ତି। ଆଲିମ୍‌ ଫାଇନାଲ୍‌ ଡିଗ୍ରିରେ ପରୀକ୍ଷା ଦେଇଥିବା ୧୨୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩ ଜଣ ପ୍ରଥମ, ୬୩ ଜଣ ଦ୍ୱିତୀୟ, ୧୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୩% ହୋଇଛି। ଛାତ୍ରଙ୍କ ପାସ୍‌ହାର ୯୭.୧୪% ଓ ଛାତ୍ରୀଙ୍କ ପାସ୍‌ହାର ୯୭.୮୭% ରହିଛି। ଫାଜିଲ୍‌-ଇ-ହାଦିଥ୍‌ରେ ୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ପ୍ରଥମ, ୧୧ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପସ୍‌ହାର ଶତ ପ୍ରତିଶତ ରହିଛି। ଫାଜିଲ୍‌-ଇ-ଉର୍ଦ୍ଦୁରେ ପରୀକ୍ଷା ଦେଇଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ ଜଣ ପ୍ରଥମ, ୨୨ ଜଣ ଦ୍ୱିତୀୟ ଏବଂ ୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଭୁବନେଶ୍ୱର ୟୁନିଟ୍‌-୯ସ୍ଥିତ ଉର୍ଦ୍ଦୁ ଭବନରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ତଥା ମଦ୍ରାସା ପରିଷଦର ସଭାପତି ବିଭୂ ପ୍ରସାଦ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ପୂର୍ବାହ୍ନ ୧୧ଟା ପରେ ପରୀକ୍ଷାର୍ଥୀ େଓ୍ଵବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିଥିଲେ। ଉନ୍ମୋଚନ ଉତ୍ସବରେ ମଦ୍ରାସ ପରିଷଦର ଉପସଭାପତି ସ୍ନେହମୟୀ ସେନାପତି, ସମ୍ପାଦକ ଲାଇକ୍‌ଉଦ୍ଦିନ୍‌ ଅହମ୍ମଦ, ସୟଦ୍‌-ଏ-ତେସାମ୍‌ ଉଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର