ଆମ ଓଡ଼ିଶା ଓ ସମ୍ବାଦ ଭବନରେ ୭୩ ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଆଜି ଆମ ଓଡ଼ିଶା ଓ ସମ୍ବାଦ ଭବନ ପରିସରରେ  ପାଳନ ହୋଇଛି ୭୩ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ଆମ ଓଡିଶାର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।ସକାଳ ପ୍ରାୟ ୮ଟା ସମୟରେ ଏଠାରେ ପତାକା ଉତ୍ତୋଳନ କରାଯାଇଥିଲା । ବରିଷ୍ଠ ସାମ୍ୱାଦିକ  ଗୌରହରି ଦାସ, ପୌରୁଷର ସମ୍ପାଦକ ଅସିତ ମହାନ୍ତି, ଆମ ଓଡ଼ିଶା ସମ୍ପାଦକ ସ୍ୱରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ଦେଶ ହିତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ସ୍ୱରାଜ ମିଶ୍ର ।

ସେହିପରି ସମ୍ବାଦ ଭବନ ପରିସରରେ ମଧ୍ୟ ସ୍ୱାଧୀନତା ଦିବସ ବେଶ୍ ଧୁମଧାମରେ ପାଳନ ହୋଇଯାଇଛି  । ଏଥିରେ ସମ୍ବାଦ , ସମ୍ବାଦ ପୋର୍ଟାଲ., ରେଡିଓ ଚକୋଲେଟ୍ ଓ କନକ ଟିଭିର କର୍ମଚାରୀମାନେ ସାମିଲ ହୋଇଥିଲେ ।  ପୌରୁଷର ସମ୍ପାଦକ ଅସିତ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଇଓ  କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କର , ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର ଏବଂ ଡିଜିଟାଲ୍ ସଂସ୍କରଣର ପରାମର୍ଶଦାତା ସଂପାଦକ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର