ବାତ୍ୟା ଫନି ପରେ ଦେବଦୂତ ସାଜିଲେ ଭାରତୀୟ ବାୟୁସେନା ଓ ନୌସେନା ବାହିନୀ, ଆକାଶମାର୍ଗରୁ ବିଚ୍ଛିନ୍ନାଞ୍ଚଳକୁ ଯୋଗାଇଲେ ଖାଦ୍ୟ

ଭୁବନେଶ୍ୱର : ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ବାହିନୀ । ବାତ୍ୟା ‘ଫୋନି’ ପରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସେନା ପକ୍ଷରୁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ବାତ୍ୟାକୁ ୪୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ଯେଉଁ କ୍ଷତି ଘଟିଯାଇଛି, ସେଥିରେ ଘାଣ୍ଟି ହେଉଛନ୍ତି ଲୋକେ ।

ବିଦ୍ୟୁତ ସଂଯୋଗ ବ୍ୟାହାତ ହୋଇଥିବା ବେଳେ ବିଶେଷ କରି ପାନୀୟ ଜଳ ଏବଂ ଖାଦ୍ୟର ସଂକଟ ଦେଖାଯାଇଛି । ତେବେ ଆଜି ନୌସେନା ଏବଂ ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରିଲିଫ୍‌ ସାମଗ୍ରୀ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ।

ଭାରତୀୟ ନୈାସେନା ପକ୍ଷରୁ ଆକାଶମାର୍ଗରୁ ରିଲିଫ ସାମଗ୍ରୀ ପକାଯିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ପ୍ରକ୍ରିୟା ଜାରି ରହିଛି ।

ସମ୍ବନ୍ଧିତ ଖବର