‘ଭାରତ ଓ ଭାରତୀୟ ଜାତୀୟ କ˚ଗ୍ରେସ’ ପୁସ୍ତକକୁ ଲୋକାର୍ପଣ କଲେ ନିରଞ୍ଜନ

ଭୁବନେଶ୍ବର : ଆଜି କ˚ଗ୍ରେସ ଭବନରେ ବରିଷ୍ଠ କ˚ଗ୍ରେସ ନେତା ବାନାମ୍ବର ବାରିକଙ୍କର ଲିଖିତ ‘ଭାରତ ଓ ଭାରତୀୟ ଜାତୀୟ କ˚ଗ୍ରେସ’ ପୁସ୍ତକକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉନ୍ମୋଚନ କରିବା ସହିତ ଲୋକାର୍ପଣ କରିଥିଲେ। ଉତ୍ସବରେ ଏହି ପୁସ୍ତକଟି କିଭଳି ଓଡ଼ିଶାର ପାଠକ ପାଠିକା ଏବ˚ କ˚ଗ୍ରେସ ବିଚାରଧାରା ପ୍ରତି ବିଶ୍ବାସ ରଖୁଥିବା ସାଧାରଣ ଲୋକଙ୍କ ପାଇଁ ଅତି ଉପାଦେୟ ହୋଇପାରିବ ବୋଲି ସେ କହିଥିଲେ। ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏହି ପୁସ୍ତକର ଲେଖକ ଶ୍ରୀ ବାରିକ, ପୁରୀ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର, ଯୁଧିଷ୍ଠିର ସାମନ୍ତରାୟ, ହମିଦ ହୁସେନ, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ ସଭାପତି ମାନସ ଚୌଧୁରୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର