ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗାଁର ପାର୍ଥସାରଥି ବାଗଙ୍କ ଝିଅ ମାମୁନି ବାଗ ଇଣ୍ଡିଆନ ଡାନ୍ସିଂ ସୁପରଷ୍ଟାର-୨୦୧୯ ଫାଇନାଲରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାମୁନି ନିହାତି ଗରିବ ପରିବାରର ହୋଇଥିବାରୁ ଖଡ଼ିଆଳର ସମାଜସେବୀ, ବୁଦ୍ଧିଜୀବୀ, ସମ୍ବାଦିକ ତାଙ୍କୁ ଆର୍ଥିକ ସାହାୟତା ଯୋଗାଇ ଦେଇଛନ୍ତି। ସେ ଇଣ୍ଡିଆନ ଡାନ୍ସିଂ ସୁପରଷ୍ଟାର ସେମି ଫାଇନଲରେ ପ୍ରଥମ ସ୍ଥାନ ଅଧିକାର କରି ଚଣ୍ଡୀଗଡ଼ରେ ଅନୁଷ୍ଠିତ ଫାଇନାଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଠାରେ ସେ ତାଙ୍କ ନୃତ୍ୟ ପରିବେଷଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଆସନ୍ତା ୬ ତାରିଖ ଦିନ ମୁମ୍ବାଇ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସହ ଉଜ୍ୱଳ ଗୁପ୍ତା, ବାଳକୃଷ୍ଣ ଶବର, ରଶ୍ମିରଞ୍ଜନ ଚଲାନ ପ୍ରମୁଖ ତାଙ୍କୁ ସହଯୋଗ କରିଛନ୍ତି।
ଇଣ୍ଡିଆନ୍ ଡାନ୍ସିଂ ସୁପରଷ୍ଟାର-୨୦୧୯ରେ ନୂଆପଡ଼ା ଜିଲ୍ଲାର ମାମୁନି ବାଗ ଉପବିଜେତା
/sambad/media/post_attachments/wp-content/uploads/2019/10/mamuni-f.jpg)