ଅନ୍ଧାରରାତିରେ ଆଣବିକ କ୍ଷମତାସଂପନ୍ନ  ‘ପୃଥ୍ଵୀ-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0 570

ଚାନ୍ଦିପୁର : ସ୍ଥଳ ଭାଗରୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଇ ପାରୁଥିବା ଆଣବିକ କ୍ଷମତାସଂପନ୍ନ ସ୍ୱଳ୍ପ ଦୂରଗାମୀ ‘ପୃଥ୍ଵୀ-୨’ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ୩ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ରାତି ସାଢ଼େ ୮ଟା ୩୫ ମିନିଟ ସମୟରେ ‘ପୃଥ୍ଵୀ-୨’ର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣକୁ ମିଶାଇଲେ ଚଳିତବର୍ଷ ଏହା ୪ୟ ଥର ପାଇଁ ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ଚଳିତ ମାସରେ ଏହା ୨ ଥର ରାତିରେ ପରୀକ୍ଷା ହୋଇସାରିଲାଣି । ଗତ ଫେବ୍ରୁୟାରୀ ମାସରେ ଏହାର ୨ ଥର ପରୀକ୍ଷଣ ହୋଇଥିଲା। ଡିଆରଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡ ଦ୍ୱାରା ‘ପୃଥ୍ଵୀ-୨’ ଏକ ନିୟମିତ ବ୍ୟାବହାରିକ ପରୀକ୍ଷଣ। ଏହା ୧ହଜାର କିଗ୍ରା ପର୍ଯ୍ୟନ୍ତ ପାରମ୍ପରିକ ତଥା ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖୁଛି। ୩୫୦ କିଲୋମିଟର ପର୍ଯ୍ୟନ୍ତ ମାରକ କ୍ଷମତା ରହିଥିବା ‘ପୃଥ୍ଵୀ-୨’କୁ ଭାରତୀୟ ସେନାର ୩୩୩-କ୍ଷେପଣାସ୍ତ୍ରରେ ରେଜିମେଣ୍ଟରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୫୬ ମିଟର, ମୋଟେଇ ୧୧୦ସେମି ଏବଂ ଓଜନ ୪.୬ଟନ୍‌ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହାକୁ ପ୍ରଥମେ ୧୯୯୬ରେ ପରୀକ୍ଷା କରାଯାଇଥିବା ବେଳେ ୨୦୦୩ରୁ ଭାରତୀୟ ସେନାରେ ସାମିଲ କରାଯାଇଛି। ଏହା ପୂର୍ବରୁ ଗତବର୍ଷ ଜୁନ୍‌ ୬ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.