ଭୁବନେଶ୍ବର : ନଭେମ୍ବର ୨୮ରୁ ପୁରୁଷ ହକି ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଚାର, ପ୍ରସାର ଜୋର୍ଦାର୍ ଆରମ୍ଭ ହୋଇଛି। ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ୍ପତି’ରେ ହକି ଉପରେ ଏକ ସ୍ବତନ୍ତ୍ର ଅଧ୍ୟାୟ ପ୍ରସ୍ତୁତ କରାଯାଇଛି। ଭାରତୀୟ ହକି ଦଳର ସଦସ୍ୟମାନେ ଏହି ସୋ’ରେ ଉପସ୍ଥିତ ରହିଛନ୍ତି। ବିଗ୍ ବି ଅମିତାଭ ବଚ୍ଚନ ସେମାନଙ୍କ ସହ ଆଲୋଚନା କରିବା ସହ ଓଡ଼ିଶାରେ ହେବାକୁ ଥିବା ବିଶ୍ବକପ୍ରେ ଭାରତ ବିଜୟୀ ହେବ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବି ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଓଡ଼ିଶାରେ ହକି ଲୋକପ୍ରିୟ ଖେଳ। ବିେଶଷ କରି ଆଦିବାସୀ ବହୁଳ ଅଞ୍ଚଳରେ ଏହା ଅତ୍ୟନ୍ତ ଲୋକପ୍ରିୟ। ଏହି ଅଞ୍ଚଳର ପିଲାମାନେ ଯେବେ ଚାଲିବା ଶିଖନ୍ତି, ସେତେବେଳେ ସେମାନେ ହକିକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସାମିଲ କରି ନିଅନ୍ତି।’ ଏହି ସ୍ବତନ୍ତ୍ର ଅଧ୍ୟାୟ ଶୁକ୍ରବାର ରାତି ୯ଟାରେ ସୋନି ଟିଭିରେ ପ୍ରସାରଣ ହେବ।
କେବିସିରେ ଭାରତୀୟ ହକି ଟିମ୍ : ସୋନି ଟିଭିରେ ଆଜି ପ୍ରସାରଣ ହେବ
/sambad/media/post_attachments/wp-content/uploads/2018/10/1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)