ବିମାନ ଭିତରେ ତିନି ବର୍ଷର ଶିଶୁକୁ ବାତ ମାରିଲା : ଗୌହାଟି-ଚେନ୍ନାଇ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର : ଆଜି ପୂର୍ବାହ୍ନରେ ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୯୦୫ରେ ଜଣେ ତିନି ବର୍ଷର ଶିଶୁ ହଠାତ୍ ଅସୁସ୍ଥ ହୋଇଯିବାରୁ ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା‌ ଅନୁଯାୟୀ, ଗୌହାଟିରୁ ଚେନ୍ନାଇ ଯାଉଥିବା ବିମାନଟି ପୂର୍ବାହ୍ନ ୯ଟା ୧୫ ମିନିଟ‌େର ‌ଜରୁରୀ ଅବତରଣ ପାଇଁ ଏଟିସିକୁ ଅନୁମତି ମାଗିଥିଲା। ଏହାପରେ ବିମାନଟି ୯ଟା ୨୭ରେ ଅବତରଣ କରିଥିଲା। ଶିଶୁଟିର ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବିମାନବନ୍ଦରରେ ଆଶୁ ଚିକିତ୍ସା ଦେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିମାନଟି ପ୍ରାୟ ୨୦ମିନିଟ ପରେ ପୁଣି ଚେନ୍ନାଇ ଅଭିମୁଖେ ଉଡ଼ାଣ କରିଥିଲା। ଅପରପକ୍ଷେ ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିମାନରେ ଏହି ପିଲାକୁ ହଠାତ୍ ବାତ ମାରିଥିଲା। ପିଲାଟି ପୂର୍ବରୁ ସେରେବ୍ରାଲ୍ ପାଲସିୟମ୍ ରୋଗରେ ଆକ୍ରାନ୍ତ ଥିଲା। ତେଣୁ ବିମାନ ଭିତରେ ଅସୁସ୍ଥ ହୋଇପଡ଼ିଥିଲା। ଏଠାରେ ଆଶୁ ଚିକିତ୍ସା ଦେବା ପରେ ସ୍ବାସ୍ଥ୍ୟ ସ୍ଥିର ହୋଇଥିଲା। ଏହାପରେ ଆମେ ଏସ୍‌ସିବିକୁ ରେଫର୍ କରିଦେଇଛୁ। ପିଲାଟି ଏବେ ସେଠାରେ ଚିକିତ୍ସାଧୀନ ଅଛି।

ସମ୍ବନ୍ଧିତ ଖବର