ମଝି ଅାକାଶରେ ଅସୁସ୍ଥ ହୋଇପଡ଼ିଲା ଶିଶୁ : ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର:ଆଜି ସକାଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରା କରୁଥିବା ଏକ ୩ ମାସର ଶିଶୁ ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ଏହି ବିମାନକୁ ଭୁବନେଶ୍ୱର ଠାରେ ଜରୁରୀ ଅବତରଣ କରାଯାଇ ଶିଶୁଟିକୁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶିଶୁଟିର ଜରୁରୀ ଚିକିତ୍ସା ଲାଗି ତାକୁ ଭୁବନେଶ୍ୱର ଅାପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୌହାଟୀରୁ ଚେନ୍ନାଇ ଯାଉଥିବା ଇଣ୍ଡିିଗୋ ଏୟାର ଲାଇନ୍ସରର ଏକ ବିମାନ ଜରୁରୀ ଅବତରଣ ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରର ଏୟାର ଟ୍ରାଫିକ୍‌ କଂଣ୍ଟ୍ରୋଲ ସହିତ ଯୋଗାଯୋଗ କରିଥିଲା। ଏଠାରୁ ସିଗ୍‌ନାଲ ପାଇବା ପରେ ଏହି ଇଣ୍ଡିିଗୋ ବିମାନଟି ଜରୁରୀ ଅବତରଣ କରିବା ପରେ ଏଥିରେ ଯାତ୍ରା କରୁଥିବା ଜଣେ ୩ ମାସର ଅସୁସ୍ଥ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ବିମାନବନ୍ଦର ବାହାରକୁ ନିଆଯିବା ସହିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର