ଇନ୍ଦ୍ରମଣି ତ୍ରିପାଠୀ ବରଗଡ଼ର ନୂଆ ଜିଲ୍ଲାପାଳ

ବରଗଡ଼ : ବିଜେପୁର ଉପନିର୍ବାଚନ ସରିବା ପରେ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି। ଏଠାରେ ମାତ୍ର ୧୧ ଦିନ ଜିଲ୍ଲାପାଳ ଦାୟିତ୍ୱରେ ରହିବା ପରେ ୟାମିନୀ ଷଡ଼ଂଗୀ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ସମ୍ଭାଳିବେ। ଶ୍ରୀ ତ୍ରିପାଠୀ ଏହା ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ତୁଲାଉଥିଲେ। ବରଗଡ଼ର ପୂର୍ବତନ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଏବେ ଉକ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ସମ୍ଭାଳିବେ।

ସମ୍ବନ୍ଧିତ ଖବର